ଅଷ୍ଟ୍ରେଲିଆ ବିପକ୍ଷରେ ଆସନ୍ତାକାଲି ପ୍ରଥମ ଟି-୨୦, ୧୨ ଜଣିଆ ଭାରତୀୟ ଟିମ୍‌ ଘୋଷିତ

Spread the love

ବ୍ରିସବେନ୍‌, ୨୦/୧୧(ସନ୍ଧାନ ନିୟୁଜ) : ଆୟୋଜକ ଅଷ୍ଟ୍ରେଲିଆ ବିରୋଧରେ ଟିମ୍‌ ଇଣ୍ଡିଆ ନିଜର ଗସ୍ତର ଆରମ୍ଭ ଟି-୨୦ରୁ କରୁଛି। ତିନି ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲା ବୁଧବାର ବ୍ରିସବେନରେ ଖେଳାଯିବ। ବିରାଟ ବାହିନୀ ନିଜର ପ୍ରସ୍ତୁତିକୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇଛି। ଉଭୟ ଅଧିନାୟକ ବିରାଟ କୋହଲି ଏବଂ ଆରୋନ ଫିଞ୍ଚ ଟି-୨୦ ଟ୍ରଫି ଅନାବରଣ କରିଛନ୍ତି।

ଭାରତୀୟ ଟିମ୍‌ ବ୍ରିସବେନ୍‌ ଟି-୨୦ ପାଇଁ ନିଜର ୧୨ ଖେଳାଳିଙ୍କ ନାମ ଘୋଷଣା କରିଛି। ଘୋଷଣା ଅନୁସାରେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାଓ୍ଵନ, କେ.ଏଲ୍‌ ରାହୁଲ, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, କ୍ରୁଣାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ଖଲିଲ ଅହମଦ ଏବଂ ଯୁଜବେନ୍ଦ୍ର ଚହଲ।

ପ୍ରଥମ ମୁକାବିଲା: ନଭେମ୍ବର ୨୧, ବ୍ରିସବେନ୍‌
ଦ୍ୱିତୀୟ ମୁକାବିଲା: ନଭେମ୍ବର ୨୩, ମେଲବୋର୍ଣ୍ଣ
ଦୃତୀୟ ମୁକାବିଲା: ନଭେମ୍ବର ୨୫, ସିଡନୀ

Related Posts

About The Author

Add Comment