ଅଲ ଇଣ୍ଡିଆ ମାଲାୟଲମ ଆସୋସିଏସନର ସମ୍ମିଳନୀରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love
  • ମାଲାୟଲମ ଭାଷାଭାଷୀ ମାନଙ୍କର କଠିନ ପରିଶ୍ରମ ପାଇଁ ସେମାନେ ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

    ଭୁବନେଶ୍ୱର,  ୮/୭ (ସନ୍ଧାନ ନୁ୍ୟଜ )ମାଲାୟଲମ ଓ ଓଡିଆ ସଂସ୍କୁତି ମଧ୍ୟରେ ବହୁତ ସମାନତା ରହିଛି। ସେ ସାଂସ୍କୁତିକ କ୍ଷେତ୍ର ହେଉ ଅବା ଧାର୍ମିକ ଅଥବା ସାମାଜିକ ଚାଲିଚଳଣୀ ସବୁକ୍ଷେତ୍ରରେ ଆମର ସାମଞ୍ଜସ୍ୟ ରହିଛି। କେରଳର ମାଲାୟଲମ ଭାଷାଭାଷୀ ମାନଙ୍କର ପରିଶ୍ରମ ପାଇଁ ସେମାନଙ୍କର ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅଲଇଣ୍ଡିଆ ମାଲାୟଲମ ଆସୋସିଏସନର ୧୧ ତମ ବାର୍ଷିକ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ସେ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ବୁଲିଛନ୍ତି। ସବୁଠି ମାଲାୟଲମ ଭାଷାଭାଷୀ ଲୋକଙ୍କର କାର୍ଯ୍ୟ ମଧ୍ୟ ଦେଖିଛନ୍ତି। ଦେଶ ହେଉ ଅବା ଦେଶ ବାହାରେ ଅଧିକାଂଶ ସ୍ଥାନରେ ମାଲାୟଲମ ଭାଷାଭାଷୀ ଜନସାଧାରଣ ଇଂରାଜୀ ଶିକ୍ଷକ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ଓ ଶିକ୍ଷା ଠାରୁ ଆରମ୍ଭ କରି ଉଦ୍ୟୋଗୀ କ୍ଷେତ୍ରରେ ସେମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ସେ କହିଥିଲେ। କୁଶଳୀ କାର୍ଯ୍ୟ ଓ ପରିଶ୍ରମ ପାଇଁ କେନ୍ଦ୍ରମନ୍ତ୍ରୀ ତାଙ୍କୁ ଏହି ଅବସରରେ ପ୍ରଂଶସା କରିଥିଲେ। କେରଳ ରାଜ୍ୟ ବିକାଶ ତଥା ଉଦ୍ୟୋଗୀ ମାନଙ୍କର ରାଜ୍ୟ। ସେ ଖାଦ୍ୟ ପ୍ରକ୍ରିୟା କରଣ ହେଉ ଅବା ଇଂଜିନିୟରିଂ କ୍ଷେତ୍ରରେ ସବୁ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ରହିଛି। ଓଡିଶାରେ ବ୍ୟାପକ ଭୌଗଳିକ ସୀମା, ପ୍ରାକୃତିକ ସମ୍ପଦ ଭରିରହିଥିବା ବେଳେ ଓଡିଶା ସହ ଯୋଡି ହୋଇ କାମ କରିବା ଉପରେ ଗୁରୁତ୍ୱ ଦେଇଥିଲେ କେନ୍ଦ୍ରମନ୍ତ୍ରୀ।

Related Posts

About The Author

Add Comment