ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତାରେ ଦ୍ରବ୍ୟ ଏବଂ ସେବା କର ପରିଷଦର ୪୪ ତମ ବୈଠକ ଆରମ୍ଭ

Spread the love

ନୂଆଦିଲ୍ଲୀ, ୧୨/୦୬/୨୦୨୧ (ସନ୍ଧାନ ନିଉଜ) : ଆଜି ସକାଳ ୧୧ ଟାରେ ଦ୍ରବ୍ୟ ଏବଂ ସେବା କର, ଜିଏସଟି ପରିଷଦର ୪୪ ତମ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ବୈଠକରେ ମନ୍ତ୍ରୀ ଦଳର ରିପୋର୍ଟକୁ ଆଧାର କରି କୋଭିଡ ୧୯ ସହ ଜଡିତ ଆଇଟମଗୁଡିକ ଉପରେ ରିଲିଫ ସମ୍ପର୍କରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥମନ୍ତ୍ରୀ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି। ମେ ୨୮ ରେ ହୋଇଥିବା ୩ ତମ ବୈଠକରେ ଜିଏସ୍ଟି ପରିଷଦ COVID-୧୯ ସହିତ ଜଡିତ ସ୍ୱତନ୍ତ୍ର ଆଇଟମ୍ ଯଥା ମେଡିକାଲ୍ ଅକ୍ସିଜେନ୍‌, ଏବଂ ଅନ୍ୟାନ୍ୟ ଉପକରଣ ଯେପରିକି କିଛି ଡାଇଗ୍ନୋଷ୍ଟିକ୍ ଟେଷ୍ଟ କିଟ୍ ଏବଂ COVID ଟିକା ଉପରେ IGST ସମ୍ପୂର୍ଣ୍ଣ ଛାଡ ପାଇଁ ସୁପାରିଶ କରାଯାଇଥିଲା। ଏହି ରିହାତି ଚଳିତ ବର୍ଷ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୈଧ ରହିବ। ପରିଷଦ ମଧ୍ୟ କ୍ଷୁଦ୍ର ଏବଂ ମଧ୍ୟମ ଟିକସଦାତାଙ୍କ ଟିକସ ନିୟନ୍ତ୍ରଣ ଭାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଛୋଟ ଟିକସଦାତାଙ୍କୁ ରିଲିଫ ଯୋଗାଇବା ପାଇଁ ବିଳମ୍ବ ଶୁଳ୍କ ଛାଡ ଯୋଜନା ମଧ୍ୟ ସୁପାରିଶ କରାଯାଇଥିଲା।

Related Posts

About The Author

Add Comment