ଯଶିପୁର,28.11.2020 (ଲିଙ୍ଗରାଜ ପଣ୍ଡା): ଯଶିପୁର ବ୍ଲକ ଅନ୍ତର୍ଗତ ଯାମଦା ସାହି ପଞ୍ଚାୟତରେ ବାସ କରନ୍ତି ଅସହାୟା ବିଧବା ଅରୁଣା ବେରା । ପାରିପାର୍ଶିକ ଅବସ୍ଥାକୁ ଦେଖୁଲେ ଏହି ମହିଳାଙ୍କ ଦୟନୀୟ ସ୍ଥିତି ବାରି ହୋଇପଡିବ। ସୂଚନାନୁଯାୟୀ, ଅରୁଣାଙ୍କ ମାଆ ସ୍ନେହଲତା ଦାସ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଚାକିରିରୁ ଅବସର ପରେ ସ୍ନେହଲତା ପେନସନ ପାଉଥିଲେ । ଅନ୍ୟ ପଟେ ଅରୁ ଣାଙ୍କ ସ୍ଵାମୀ ଜୟନ୍ତ ବେହେରାଙ୍କ ର ୨୦୧୫ରେ ମୁଁ ତୁ ହୋଇଥିଲା । ସ୍ଵାମୀଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ଅରୁ ଣା ତାଙ୍କ ମା’ଙ୍କ ଉପରେ ନିର୍ଭରଶୀଳ ଥିଲେ । ମା ପାଉଥିବା ପେନସନ ଟଙ୍କାରେ ଚଳୁଥିଲେ । ହେଲେ|ମା’ ସ୍ତେ ହଲତାଙ୍କର ୨୦୧୯ରେ ମୃତ୍ୟୁ ହେଲା । ଫଳରେ ଅରୁଣାଙ୍କୁ ଚଳିବାକୁ ବହୁ ଆସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । । ସରକାରୀ ନିୟମ ଅନୁଯାୟୀ ବିଧବା ମହିଳା, ସ୍ଵାମୀ ପରି ତ୍ୟକ୍ତା ଝିଅ, ଅବିବାହିତା ଝିଅ, ମାଆ କିମ୍ବା ବାପାଙ୍କ ଉପରେ ନିର୍ଭରଶୀଳ ଥିଲେ ସେମାନେ “ପେନସନର ଦାବିଦାର ହୋଇପାରିବେ । ନିୟମ ଅନୁଯାୟୀ ବିଧବା ଅରୁଣା ୨୦୧୯ ଅକ୍ଟୋବରରେ ଭୁ ବନେଶ୍ବରସ୍ଥିତ ଓଡ଼ିଶା ଆକାଉଣ୍ଟ ଜେନେରାଲଙ୍କୁ ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ସହିତ ପରିବାର ପେନସନ ଯୋଗାଇ ଦେବା ପାଇଁ ଦରଖାସ୍ତ ଯୋଗେ ଆବେଦନ କରିଥିଲେ । ମାତ୍ର ଏକ । ବର୍ଷରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ । ଆକାଉଣ୍ଟାଣ୍ଟ ଜେନେରାଲ ଭୁବନେଶ୍ଵରଙ୍କ । କାର୍ଯ୍ୟାଳୟରୁ ତାଙ୍କୁ କୌଣସି ପ୍ରକାର । ସୂଚନା ମିଳିପାରିଲା ନାହିଁ । ପରିବାର । ପେନସନ ନ ପାଇ ବର୍ତ୍ତମାନ ବହୁ କଷ୍ଟରେ । ଜୀବନ ଅତିବାହିତ କରୁ ଛନ୍ତି ବିଧବା । ଅରୁଣା ମାଆଙ୍କ ପେନସନ ଟଙ୍କାରେ ଚଳୁଥିବା ଅରୁଣା ବର୍ଭମାନ ମୂଲଲାଗି ନିଜର ଘର ସଂସାର ଚଳାଉଥିବାବେଳେ ପରିବାର ପେନସନ ସହାୟତା ଯୋଗାଇ ଦେବାକୁ ବି ଭାଗୀୟ ଅଧିକାରୀଙ୍କ ନିକଟରେ ନିବେଦନ କରିଛନ୍ତି ।