ଅଭିନବ ଉପାୟରେ ଚେନ୍ ଲୁଟିନେଲେ ଦୁର୍ବୃତ୍ତ
ଭଦ୍ରକ ,୧୬/୬ (ସନ୍ଧାନ ନିୟୁଜ): ସହର ମଧ୍ୟରୁ ଅଭିନବ ଉପାୟରେ ମହିଳାଙ୍କ ବ୍ୟାଗରୁ ସୁନା ଚେନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ରବିବାର ସକାଳେ ଭଦ୍ରକ ସହରର ବନ୍ତ ଛକ ନିକଟରେ ଏହି ଲୁଟ୍ ହୋଇଛି। ଆରଡ଼ି ଅଞ୍ଚଳରୁ ଜନୈକା ମହିଳା ପରିବାର ଲୋକଙ୍କ ସହ ବଜାର କରିବାକୁ ଆସିଥିବାବେଳେ ଦୁଇଜଣ ଯୁବକ ତାଙ୍କୁ ସମ୍ପର୍କୀୟ ପରିଚୟ ଦେଇ କଥା ହୋଇଥିଲେ। କଥାବାର୍ତ୍ତାବେଳେ ମହିଳାଙ୍କ ବ୍ୟାଗରେ ଥିବା ସୁନା ଚେନ୍ ଲୁଟି ନେଇଥିଲେ। ଏନେଇ ମହିଳା ଜଣକ ଜାଣିବା ପରେ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି l ପୋଲିସ ଘଟଣାର ତଦନ୍ତ କରୁଛି।
Related Posts
About The Author