ଅବାଧରେ ଚାଲିଛି ଗଛ କଟା , ବେଆଇନରେ ଚାଲିଛି କରତ କଳ ଓ କାଠ ଚାଲାଣ

Spread the love

ନିଶ୍ଚିତକୋଇଲି,୧୯ା୧୦(ସନ୍ଧାନ ନିୟୁଜ):- ସରକାର ଗଛ କଟା ଉପରେ କଡା କଡି ନିୟମ ପ୍ରଣୟ କରିଥିବା ବେଳେ ନେମାଳ ଥାନା ଅଞ୍ଚଳରେ ବହୁ କାଠ ମାଫିଆ ଓ ବେଆଇନ୍ ଭାବେ ଚଳାଇଥିବା ସମିଲ ମାଲିକଙ୍କ ଦ୍ୱାରା ଅବାଧରେ ଗଛକଟା ଯାଇ ସେଗୁଡିକୁ ପଟା ଚିରାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ କରାଉଥିବାରୁ ଏ ଅଞ୍ଚଳରେ ଦିନକୁ ଦିନ ଗଛ ଲୋପ ପାଇବାରେ ଲାଗିଛି । କାଠ ମାଫିଆ ମାନେ ଗ୍ରାମାଞ୍ଚଳ କାଠ ବେପାରୀଙ୍କୁ ହାତ କରି ମୋଟା ଅଙ୍କରେ ଅର୍ଥ ଦେଇ ବିଭିନ୍ନ ସରକାରୀ ,ବେସରକାରୀ ଜାଗାରୁ ଗଛ କାଟି ନିଶ୍ଚିନ୍ତକୋଇଲି ବ୍ଲକ ତଥା ନେମାଳ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ସମିଲରେ କାଠ ଚିରି ବିଭିନ୍ନ ସ୍ଥାନକୁ ପଠାଉଛନ୍ତି । କାଠ ମାଫିଆ ମାନେ ସ୍ଥାନୀୟ ପ୍ରଶାସନ , ବନ ବିଭାଗ ଓ ପୋଲିସ ଆଖିରେ ଆଙ୍ଗୁଳି ଗେଞ୍ଜି ଗ୍ରାମାଞ୍ଚଳରୁ ଲକ୍ଷାଧିକ ଟଙ୍କାର ର୍ଦୁମୁଲ୍ୟ କାଠ କାଟି ବାହାରକୁ ପଠାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାର ଦେଖାଦେଇଛି ।କାଠ ମାଫିଆ ମାନେ ନିର୍ଭୟରେ ଦିନକୁ ଦିନ ସେମାନଙ୍କର କାରାନାମା ବଢାଇବାରେ ଲାଗିଛନ୍ତି । ତେବେ ଏ ଅଞ୍ଚଳରେ ଚାଲିଥିବା ବେଆଇନ କରତ କଳ ଓ ଚୋରା କାଠ ମା‘ିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଉକ୍ତ ଅଞ୍ଚଳ ବୃକ୍ଷ ଶୂନ୍ୟ ହୋଇଯିବ ବୋଲି ସାଧାରଣରେ ଆଲୋଚନା ହେଉଛି

Related Posts

About The Author

Add Comment