ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Spread the love

ଯାଜପୁର ସଦର, : ୫/୬/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକ ମଲ୍ଲୀକାପୁର ପଞ୍ଚାୟତ ଦୀନବନ୍ଧୁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମହାନ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଦୀନବନ୍ଧୁପୁର ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଦଶରଥପୁର ବ୍ଲକର ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ  ଅର୍ଣ୍ଣଦା ପ୍ରସାଦ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଦଶରଥପୁର ବ୍ଲକର ଅବସର ପ୍ରାପ୍ତ ଏବିଓ ଅଭୟ କୁମାର ବିଶ୍ୱାଳ , ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ମଦନ ମୋହନ ପାଣି, ସମ୍ମାନିତ ଅତିଥିଭାବେ ଦଶରଥପୁର ବ୍ଲକର  ଏବିଓ ନୃସିଂହ ଚରଣ ମହାନ୍ତି,ଦଶରଥପୁର ବ୍ଲକର  ଅବସର ପ୍ରାପ୍ତ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ସାବିତ୍ରୀ ସେଠୀ, ଅବସରପ୍ରାପ୍ତ ଏବିଓ ରବି ନାରାୟଣ ତ୍ରିପାଠୀ,ଶିକ୍ଷକ ନେତା ରବୀନ୍ଦ୍ର କୁମାର ରାୟ,ଧର୍ମଶାଳା ବ୍ଲକର ଅବସରପ୍ରାପ୍ତ ଏବିଓ ରମାକାନ୍ତ ସେଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମହାନ୍ତି,ଶିକ୍ଷକ ନେତା କମଳା କାନ୍ତ ସନ୍ଦିଗ୍ରହ ପ୍ରମୁଖ  ଯୋଗ ଦେଇଥିଲେ।ଶିକ୍ଷକ କୈଳାସ ଚନ୍ଦ୍ର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସରୋଜ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥି ମାନଙ୍କ ବ୍ୟତୀତ ବହୁ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ବସନ୍ତ ମହାନ୍ତିଙ୍କ ଗୁଣ ଗାନ କରିଥିଲେ।ଏହି ସଭାରେ ଦୀନବନ୍ଧୁପୁର ପ୍ରାଥମିକ ବିଦ୍ୟାଳୟ ସହିତ ବିଭିନ୍ନ ବିଦ୍ୟାଳୟ ତରଫରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ମହାନ୍ତିଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିବା ଦେଖିବାକୁ ମିଳିଥିଲା ।ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମ ପରିଚାଳନା କରିବାରେ ଶିକ୍ଷକ ଗିରିଶ ପ୍ରସାଦ ମହାନ୍ତି,ସରୋଜ କୁମାର ତ୍ରିପାଠୀ,ଧର୍ମାନନ୍ଦ ମଲ୍ଲିକ, ଅଶୋକ ଦାସ,ବିଜୟ ମଲ୍ଲିକ,ଦୈତାରୀ ବେହେରା, ସୁକାନ୍ତ ଦାସ,ଶ୍ରୀମତୀ ମଲ୍ଲିକ,ରଞ୍ଜନ କୁମାର ମହାନ୍ତି,ବିଜୟ ଦାସ,ମହେଶ୍ୱର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Related Posts

About The Author

Add Comment