ଜଳେଶ୍ଵର, ୦୭.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଜାତୀୟ ରାଜପଥ ନଂ ୬୦ ଜଳେଶ୍ୱର ନନ୍ଦିକା ବାଇପାସ ନିକଟରେ ମହାନାଳ ଅବରୋଧକାରୀଙ୍କୁ ହଟେଇବାକୁ ଗ୍ରାମବାସୀ ପକ୍ଷରୁ ଦାବି ହୋଇଛି। ଅବରୋଧ ହଟାଇବା ନେଇ ଜଳେଶ୍ୱର ବାସୀ ଜଳେଶ୍ୱର ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଫଳରେ ରାସ୍ତାକୁ ଓହ୍ଲାଇବାକୁ ଅଣ୍ଟା ଭିଡିଲେଣି ଗ୍ରାମବାସୀ। ସୂଚନା ଅନୁଯାୟୀ ଜଳେଶ୍ୱର ୬୦ ନଂ ଜାତୀୟ ରାଜପଥ ନନ୍ଦିକା ବାଇପାସ ଠାରେ ୨୦୦୮ ମସିହାର ପ୍ରଳୟକାରୀ ବନ୍ୟାକୁ ଲକ୍ଷ୍ୟକରି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ଉଦ୍ୟମରେ ଜାତୀୟ ରାଜପଥ ଦ୍ଵାରା ଏଠାରେ ଏକ ପାଣି ନିଷ୍କାସନ ପୋଲ ନିର୍ମାଣ ହୋଇଥିଲା। ମାତ୍ର ଏବେ ଜଳେଶ୍ୱର ଅଂଚଳର କିଛି ମୃଷ୍ଟିମେୟ ଲୋକଙ୍କ ଦ୍ଵାରା ଏହା ଅବରୋଧ ହେବାକୁ ବସିଛି। ଯାହାଫଳରେ ଆଗାମୀ ଦିନରେ ବନ୍ୟା ଆସିଲେ ପାଣି ନିଷ୍କାସନ ହୋଇନପାରି ସାମଗ୍ର ଜଳେଶ୍ୱର ଅଂଚଳ ଜଳମଗ୍ନ ହେବ। ତେବେ ଏହାକୁ ବିରୋଧ କରି ଜଳେଶ୍ୱର ବାସୀ ଜଳେଶ୍ୱର ତହସିଲ ଦାରଙ୍କଠାରୁ ଆରମ୍ଭ କରି ଜିଲ୍ଲା ପାଳଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ତେବେ ଏହି ଅବରୋଧକୁ ଖୁବଶୀଘ୍ର ହଟା ନ ଗଲେ ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହିତ ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
ଅବରୋଧ ହଟାଇବା ଦାବିକୁ ପ୍ରଶାସନର ଅଣଦେଖା
|
February 7, 2021 |



