ଅନ୍ଧ ବିଶ୍ୱାସର ଅନ୍ଧ ଗଳି: କରୋନା ଭଲ ହେବା ପାଇଁ ପୂଜକ ଦେଲେ ମନ୍ଦିରରେ ବଳି

Spread the love

କଟକ, ୨୮/୦୫ (ସନ୍ଧାନ ନିୟୁଜ) କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ଥାନା ବନ୍ଦହୁଡା ଅନ୍ତର୍ଗତ ମା ବ୍ରାହ୍ମଣୀ ଦେବୀ ମନ୍ଦିରେ ଜଣେ ବ୍ୟକ୍ତିଙ୍କୁ ବଳି ପକାଇ ହତ୍ୟା କରିଯାଇଛି । ସୂଚନା ଥାଉକି ମା ବ୍ରାହ୍ମଣୀ ଦେବୀ ମନ୍ଦିରରେ କରୋନା ଭଲ ହେବା ପାଇଁ ମନ୍ଦିରର ପୂଜକଙ୍କୁ ବଳି ଦେବା ପାଇଁ ସ୍ୱାପ୍ନାଦେଶ ହୋଇଥିବା ବେଳେ ଏହା ପରେ ପୂଜକ ଜଣଙ୍କ ସେହି ଗ୍ରାମରେ ସରୋଜ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଡାକି କଟୁରୀରେ ହାଣି ବଳି ପାଇଛନ୍ତି । ଏହା ପରେ ସମ୍ପୁକ୍ତ ପୂଜକ ଥାନାରେ ଆତ୍ମସମ୍ରପଣ କରିଛନ୍ତି । ତାଙ୍କୁ ବଳି ଦେବାକୁ ମାଙ୍କ ସ୍ୱପ୍ନାଦେଶ ହୋଇଥିବା ପୂଜକ ଜଣଙ୍କ କହିଛନ୍ତି । ତେବେ ଏହାକୁ ପୂର୍ବଶତୃତାକୁ ନେଇ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କିଛି ଅନ୍ୟ ଲୋକଙ୍କ କହିବା କଥା ସରୋଜ ପ୍ରଧାନ ତାଙ୍କ ପାଖକୁ ପୂର୍ବରୁ କରୋନା ନେଇ ବଳି ପକାଇବାକୁ କହିଥିଲେ । ହେଲେ ସରକାରଙ୍କ ପକ୍ଷରୁ ଏହା ଉପରେ ସରକାର ରୋକ ଲଗାଇଥିବା କହିଥିବା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ସରୋଜ ପୂଜକଙ୍କୁ ଚାପୁଡା ମାରିଥିଲେ । ଯାହାର ରାଗ ରଖି ଆଜି ପୂଜକ ତାଙ୍କୁ ହାଣି ହତ୍ୟା କରିଥିବା ଚର୍ଚ୍ଚା ଚାଲିଛି । ଅନ୍ୟପଟରେ ହେତୁବାଦୀ ମାନେ ଏହା ଏକ ମାନସିକତା ବିକୃତ ଲୋକଙ୍କ କାର୍ଯ୍ୟ ବୋଲି କହିଛନ୍ତି । ପୋଲିସ ହତ୍ୟାରେ ବ୍ୟବହାର କରିଥିବା କତୁରୀ ଜବତ କରିଛନ୍ତି | ଆଠଗଡ ଏସଡିଏଫଓ ଆଲୋକ ରଞ୍ଜନ ରାୟ ଏହାର ତଦନ୍ତ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts

About The Author

Add Comment