ଅନ୍ତଜିଲ୍ଲା  ସାହାଣୀ କପ ପ୍ରତିଯୋଗିତା ଉଦ୍ଘାଟିତ

Spread the love

ସୁନ୍ଦରଗଡ , ୦୭/୦୨/୨୦୨୧ (ସନ୍ଧାନନିଉଜ / ରୋଶନ ପଟେଲ) ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ତସଲାଡ଼ିହି ମିନି ଷ୍ଟାଡ଼ିୟମ ଠାରେ ୬୧ ତମ ଅନ୍ତଜିଲ୍ଲା  ସାହାଣୀ କପ ୨୦୨୦-୨୦୨୧ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି I ଯେଉଁଥିରେ ସୁନ୍ଦରଗଡ ଜିଲ୍ଲାପାଳ “ନିଖିଳ ପବନ କଲ୍ୟାଣ” ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ  କରିଥିଲେ I ସମ୍ମାନିତ ଅତିଥି ରୂପେ  ପ୍ରକଳ୍ପ ଅଧିକାରୀ ଭୈରବ ସିଂ ପଟେଲ , ଟାଙ୍ଗରପାଲି ଗୋଷ୍ଠୀ ଉନ୍ନୟନ  ଅଧିକାରୀ “ସମେନ୍ଦ୍ର କୁମାର ଦାସ” , ଲେଫ୍ରିପଡI ବିଡିଓ “ରମେଶ ଖାସ୍ତା” , ଏମସିଏଲ ଜିଏମ “ସଞ୍ଜୟ ଝା” ପ୍ରମୁଖ ଯୋଗ ଦେଇ ଥିଲେ I  ପ୍ରଥମ ମ୍ୟାଚ ଯାଜପୁର ଏବଂ ବୌଦ୍ଧ ମଧ୍ୟ ରେ ହୋଇ ଥିଲା I ସେଥିରେ ଯାଜପୁର ଦଳ ବିଜୟୀ ହୋଇଥିଲେ I  ଦ୍ଵିତୀୟ ମ୍ୟାଚ ରେ ସୁନ୍ଦରଗଡ ସାଂସଦ ଶ୍ରୀଯୁକ୍ତ “ଜୁଏଲ ଓରାମ” ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗିତା ର ଶୋଭା ବଢ଼େଇ ଥିଲେ I ସମ୍ମାନୀୟ ଅତିଥି ଭାବେ ତଲସରା ବିଧାୟକ “ଭବାନୀ ଶଙ୍କର ଭୋଇ” ଏବଂ ଉପଜିଲ୍ଲାପାଳ “ଅଭିମନ୍ୟୁ ବେହେରା” ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ I ଦ୍ଵିତୀୟ ମ୍ୟାଚ ସମ୍ବଲପୁର ଏବଂ ଜଗତସିଂପୁର ମଧ୍ୟ ରେ ହୋଇ ଥିଲା I ଏଥିରେ ସମ୍ବଲପୁର ଦଳ ବିଜୟୀ ହୋଇ ଥିଲେ I ଯୁବ ନେତା ଅଜୟ ପଟେଲ ଜିଲ୍ଲାପାଲ ଙ୍କୁ ସମ୍ମାନିତ କରିଥିଲେ I ଯୁଗଳ ଚନ୍ଦ୍ର ଦାସ ,ରବୀନ୍ଦ୍ର ମହାପାତ୍ର ,ବାତିଲ ତିର୍କି ସହଯୋଗ କରିଥିଲେ I ମେନ ରେଫରୀ ବିକେ ପାଲ ,ସହଯୋଗୀ ରେଫରୀ ସନ୍ୟାସୀ ମୁଣ୍ଡI , ଜିତେନ୍ଦ୍ର ସେନାପତି ଓ ଲଖମଣ ସେଠ ସହଯୋଗ କରିଥିଲେ I

Related Posts

About The Author

Add Comment