ଅନ୍ତଃରାଷ୍ଟ୍ରୀୟ ଗଣିତ ଅଲିମ୍ପିଆଡରେ ଭାଗନେବେ ରେଜୋନାନ୍ସ ଛାତ୍ର

Spread the love

କୋଟା, ୧୮/୫ (ସନ୍ଧାନ ନିୟୁଜ) : ୬୦ତମ ଅନ୍ତଃରାଷ୍ଟ୍ରୀୟ ଗଣିତ ଅଲିମ୍ପିଆଡରେ ଭାରତର ପ୍ରତିନିଧିତ୍ବ କରିବା ପାଇଁ ଏକ ୬ଜଣିଆ ଟିମ୍ ଚୟନ ହୋଇଛି। ଏଥିରେ ରେଜୋନାନ୍ସର ଛାତ୍ର ଅନୁଭବ ଘୋଷାଲ ରହିଛନ୍ତି। ଏହି ଅଲିମ୍ପିଆଡ ଇଂଲଣର ବାଥ୍ ସହରରେ ଆସନ୍ତା ଜୁଲାଇ ୧୦ରୁ ୨୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଅନୁଭବଙ୍କ ଘର କୋଲକାତା ହୋଇଥିବାବେଳେ ସେ ରେଜୋନାନ୍ସର ନିୟମିତ କ୍ଲାସରୁମ୍ ଛାତ୍ର ରହିଛନ୍ତି। ଅନ୍ତଃରାଷ୍ଟ୍ରୀୟ ଗଣିତ ଅଲିମ୍ପିଆଡରେ ରେଜୋନାନ୍ସର ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିଆସୁଛନ୍ତି। ୨୦୧୭ରେ ବ୍ରାଜିଲର ରିଓ ଡି ଜେନେରୋଠାରେ ଅନୁଷ୍ଠିତ ଅଲିମ୍ପିଆଡରେ ରେଜୋନାନ୍ସ ଛାତ୍ର ୟାଶ ସଞ୍ଜୀବ ବ୍ରୋଞ୍ଜ ପଦକ ଜିତିଥିଲେ।

Related Posts

About The Author

Add Comment