ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ

Spread the love

ବାଲିଗୁଡା, ୦୩/୦୨/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):  ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ କନ୍ଧମାଳ ଗସ୍ତ କରି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ଠାରେ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ଓ ଡାମେରିକିଆଠାରେ ଜନଜାତି ଗୋଷ୍ଠୀ ଗୃହର ଶୁଭ ଉଦଘାଟନ କରିଛନ୍ତି । ଏଥିସହିତ କ.ନୁଆଗାଁ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ରାଜ୍ୟସ୍ତରୀୟ ବିଧାୟକ ଫୁଟବଲ ପ୍ରତିଯୋଗିତାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ମହାମାରୀ କରୋନା ଯୋଗୁଁ ରାଜ୍ୟବାସୀ ଅଣାୟତ ହୋଇପଡ଼ିଥିଲେ । ବର୍ତ୍ତମାନ ସମୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ରୀଡ଼ା ପ୍ରତି ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଏହା ମାଧ୍ୟମରେ ଅଞ୍ଚଳର ଯୁବକ ଯୁବତୀ କ୍ରୀଡ଼ା ପ୍ରତି ଆକୃଷ୍ଟ ହେବାସହ ସେମାନଙ୍କ ଅନ୍ତର୍ନିହିତ ଗୁଣ ସାମ୍ନାକୁ ଆସିପାରିବ ବୋଲି କହିଛନ୍ତି ମାନ୍ୟବର ମନ୍ତ୍ରୀ । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ସମେତ ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ବ୍ଲକ୍‌ ବିଜେଡ଼ି ସଭାପତି ବାସୁଦେବ ପଣ୍ଡା, ବ୍ଲକ୍‌ ଅଧ୍ୟକ୍ଷା ସୁଲୋଚନା ଦଳବେହେରାଙ୍କ ସହ କ.ନୂଆଗାଁ ବ୍ଲକର ଅନ୍ୟ ପଦାଧିକାରୀଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ବିଶାଳ ଶୋଭାଯାତ୍ରାରେ ବାହାରି ମନ୍ତ୍ରୀ ଓ ବିଧାୟକଙ୍କୁ ପାଛୋଟି ନେବାସହ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲେ ।

Related Posts

About The Author

Add Comment