ଅନାବାଦୀ ଜମି ଉପରେ ପ୍ରଶାସନ ପକ୍ଷରୁ ନୋଟିସ୍

Spread the love

ଯାଜପୁର, : ୧୦/୯/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ନିକଟରେ ଥିବା ଅନାବାଦୀ ଜମି ଉପରେ ଚିହ୍ନଟ କରାଯାଇଥିବା ବେଳେ ଜବର ଦଖଲ କାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ ଅନାବାଦୀ  ଗୋଚର ଜମି ଗୁଡିକୁ ଜବର ଦଖଲ କରି ମୁଷ୍ଟି ମେୟ ନେତାଙ୍କ ବାହୁ ଛାୟାତଳେ ଜବର ଦଖଲ କାରୀମାନେ ରହିଥିବା ବେଳେ ନାମକୁ ମାତ୍ର ରସୁଲପୁର ତହସିଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କେତେ ବାଟ ଗଲା ତାହା ଦେଖିବାକୁ ବାକି ରହିଲା । ଯାଜପୁର ଜିଲ୍ଲା ପ୍ରଶାସନ ଗୋଚର ଅନାବାଦୀ ଜମିକୁ କୁଜି ନେତା ମାନେ ହାତେଇ ଥିବା ବେଳେ ସରକାରଙ୍କର ରାଜସ୍ଵ ହାନି ହେଉଥିବା ବେଳେ କୁଜି ନେତା ମାନେ ଏକର ଏକର ଅନାବାଦୀ ଗୋଚର ଜମିକୁ ନେଇ ରହିଛନ୍ତି ଯାହାକି ଜବର ଦଖଲ କାରୀକୁ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଡରୁଥିବା ବେଳେ ଏଠାରେ ସୂଚନା ଯୋଗ୍ୟ ଯେ ଏହି ପଞ୍ଚାୟତର ସାମନ୍ତରାପୁର ଆର୍ ଆଇ ଆସି ଜମି ଜବର ଦଖଲ କାରୀ ମାନଙ୍କୁ ଉଚ୍ଛେଦ କରିବା ପାଇଁ ନୋଟିସ୍ ଦେଇଥିଲେ । କିନ୍ତୁ ଜବର ଦଖଲ କାରୀମାନେ ନେତାଙ୍କ ବାହୁ ଛାୟା ତଳେ ରହିବି ଏହା ମଧ୍ୟରେ ବର୍ଷ ବର୍ଷ ବିତି ଯାଇଥିବା ବେଳେ ନା ପ୍ରଶାସନ ଉଚ୍ଛେଦ କରୁଛି । ଏ ଦିଗରେ ବନ୍ଧଡିହ ପଞ୍ଚାୟତର ସରପଞ୍ଚ ବିକ୍ରମ ବେହେରା  କଣ ପଦକ୍ଷେପ ନେଲେ ତାହା ଲୋକ ଲୋଚନକୁ ଆଣିବା ପାଇଁ ସାଧାରଣ ଲୋକମାନେ ଚାହିଁଁ ବସିଛନ୍ତି।

Related Posts

About The Author

Add Comment