ଅଧାପନ୍ତରିଆ କାମକୁ ତ୍ଵରାନ୍ବିତ ପାଇଁ ଗୁରୁତ୍ଵ

Spread the love

ବାରିପଦା ୧୦/୦୮/୨୦୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):  ମୟୂରଭଞ୍ଜ ସଂସଦ ଇଂ ବିଶେଶ୍ଵର ଟୁଡୁ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଉଥିବା ବିଭିନ୍ନ ଯୋଜନାଗୁଡିକ ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରୁଛି କି ନାହିଁ ତାକୁ ସମୀକ୍ଷା କରୁଛନ୍ତି । ଏସବୁ ଯୋଜନାର ଲାଭ ନିମ୍ନସ୍ତରର ଲୋକ ପାଉଛନ୍ତି କି ନାହିଁ ତାକୁ ସେ ଜାଣିବା ପାଇଁ ଗତ ୨୭ ତାରିଖରୁ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ଜାରି ରଖୁଛନ୍ତି । ଯେଉଁ ଉନ୍ନୟନମୂଳକ କାମଗୁଡିକ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି, ତାକୁ କେମିତି କାର୍ଯ୍ୟକ୍ଷମ କରାଯିବ ସିନେଇ ମଧ୍ୟ ସାଂସଦ ଶ୍ରୀ ଟୁଡ ସମୀକ୍ଷା କରିଛନ୍ତି । ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ଆଲୋଚନା କରିବା ସହ ସମସ୍ୟା ବାବଦରେ ସେମାନଙ୍କ ଠାରୁ ସମୀକ୍ଷା ବୈଠକ ପଚାରି ବୁଝିଛନ୍ତି । ଏନେଇ ଶୁକ୍ରବାର ସ୍ଥାନୀୟ ବାରିପଦା ସର୍କିଟ ହାଉସରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଧା ଓ ମାଙ୍କଡିଆଙ୍କର ବିକାଶ ପାଇଁ ଲୋଧା ଉନ୍ନୟନମୂଳକ କମିଟି ସହ ଆଲୋଚନା କରିଥିବାବଳେ ପର୍ଯ୍ୟାୟ କ୍ରମେ ଜିଲ୍ଲାର ବିଭିନ୍ନ ବିଭାଗର ସମୀକ୍ଷା କରିବେ । ଏବେ ସୁଦ୍ଧା ଜିଲ୍ଲା ଆଦିବାସୀ ସମନ୍ବୟ ବିଭାଗ, ଖଣିଜ ସମ୍ପଦ, କୃଷି,ମତ୍ସ, ପଶୁ ସଂପଦ, ଜଙ୍ଗଲ, ଜଳ  ପ୍ରକଳ୍ପ, ବିଭାଗର ସମୀକ୍ଷା ସରିଥିବା ଜଣାପଡିଛି ।ଦୀର୍ଘ ୭୫ ବର୍ଷ ଧରି ମୟୁରଭଞ୍ଜ ଭଳି ବୃହତ ଆଦିବାସୀ ଅଧୁଷିତ ଜିଲ୍ଲାରେ ଆଖୁଶିଆ ବିକାଶ  ହୋଇ ନପାରିବାର ମୁଖ୍ୟ କାରଣ ଜିଲ୍ଲାର ଅଧିକାରୀ ମାନେ ବୋଲି ସାଂସଦ ଇଂ ଟୁଡୁ ସମୀକ୍ଷା ବୈଠକରେ  ମତବ୍ୟକ୍ତ କରିଛନ୍ତି । ଏଥିସହିତ ଯଦି ଜିଲ୍ଲାରେ ଥିବା ସରକାରୀ ଅଧୁକାରୀମାନେ ସେମାନଙ୍କ କାର୍ଯ୍ୟ  ସୂଚାରୁ ରୂପେ ଭାବେ ପାଳନ କରିଥାନ୍ତେ ତେବେ ସାଧାରଣ ଜନତା ଉପକୃତ ହୋଇପାରିଥାନ୍ତେ ବୋଲି ସେ କହିଛନ୍ତି । ସାଧାରଣ ଜନତାଙ୍କ ଅଭିଯୋଗକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଆବାସ, ଉଜଳା ଗ୍ୟାସ ବନ, ସୌଭାଗ୍ୟ ଯୋଜନାରେ ଗରିବଙ୍କୁ ବିଜୁଳି ଆଦି ସୁବିଧା ଯୋଗାଇବାରେ ଜିଲ୍ଲା ଅଧିକାରୀ ମାନେ ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଖାଲି ଏତିକି ନୁହେଁ ଏସବୁ ଯୋଜନାରେ କିଛି ଦଳୀୟ ଲୋକ ହିଁ । ଉପକୃତ ହେଉଥିବା ବଳେ ସାଧାରଣ ଜନତା ଏହାର ଫାଇଦା ନେଇ ପାରୁ ନାହାନ୍ତି । ଜିଲ୍ଲାର ବିଭିନ୍ନ ଲୋକାଭିମୁଖୀ କାମରେ ହେଉଥିବା ଅନିୟମିତତାକୁ ନେଇ ମଧ୍ୟ ସାଂସଦ ଶ୍ରୀ ଟୁଡୁ କ୍ଷୋଭ ପ୍ରକାଶ କରିବା ସହ ଅଧିକାରୀଙ୍କୁ ତାଗିଦ କରିଥିଲେ ।

Related Posts

About The Author

Add Comment