ପ୍ରିୟା-ପ୍ରତୀରେ ଚାଲିଛି ଚୟନ
ଉଚ୍ଚ ଡିଗ୍ରୀ ଧାରୀ ବାଦ
ମୁଖ୍ୟମନ୍ତ୍ରୀ ଫେରାଦ
ଭୁବନେଶ୍ୱର (ସନ୍ଧାନ ନିୟୁଜ) ଗତ ୨୩/୦୫/୨୫ ରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରକାଶିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଅତିଥି ଅଧ୍ୟାପକ ନିଯୁକ୍ତି ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନୂତନ ପ୍ରାର୍ଥୀ ଚୟନ ବ୍ୟବସ୍ଥା ପାଇଁ ସରକାରୀ ମହାବିଦ୍ୟାଳୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଓ ସିଲେକସନ୍ ପ୍ରକ୍ରିୟା ବିଷୟରେ ମଧ୍ୟ ନିୟମାବଳୀ ପ୍ରକାଶ ପାଇଥିଲା। ମାତ୍ର ସବୁ ନିୟମକୁ ଖୋଲା ଖୋଲି ଚ୍ୟାଲେଞ୍ଜ କରି ପ୍ରିୟା-ପ୍ରତୀରେ ଚାଲିଛି ଚୟନ ପ୍ରକ୍ରିୟା। ଅନେକ ମହାବିଦ୍ୟାଳୟରୁ M.phil, ପି.ଏଚ୍.ଡି , UGC – NET ଓ ପୂର୍ବରୁ ୫ବର୍ଷରୁ ଉର୍ଦ୍ଧ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ବାଦ ଦିଆଯାଇ କେବଳ ସ୍ନାତକୋତ୍ତର ( M.A) ପାସ୍ କରିଥିବା ବା ନିଜ ଚିହ୍ନା ପରିଚିତ ପିଲାଙ୍କୁ ସିଲେକସନ କରାଯାଉଛି । ଯାହା ଦ୍ୱାରା ଜଣେ ତତ୍କାଳୀନ M.A ପାସ୍ କରିଥିବା ପିଲା +3 ଓ M.A ପିଲାଙ୍କୁ କିପରି ପାଠ ପଢାଇପାରିବ ତାହା ପ୍ରଶ୍ନବାଚୀ ହେଉଛି। ଫଳରେ ଶିକ୍ଷାର ମାନ ହ୍ରାସ ତଥା ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ଅଭିବୃଦ୍ଧି ହୋଇପାରୁ ନାହିଁ। ତେବେ interview ରେ ସ୍ବଚ୍ଛତା ରଖିବା ତଥା P.hd , NET କିମ୍ବା ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଉପଯୁକ୍ତ ନ୍ୟାୟ ଦାବି କରାଯାଉଛି। ଉକ୍ତ ସମସ୍ୟା ବିଷୟରେ ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟରେ ଅନେକ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ବିଭାଗ ଓ CMO ଙ୍କୁ ଲିଖିତ ଦରଖାସ୍ତ ଦେବାପାଇଁ ଯାଉଛନ୍ତି । ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ମେଧାବୀ ପ୍ରାର୍ଥୀ ମାନେ ଉଚ୍ଚ ଶିକ୍ଷା ବିଭାଗ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଛନ୍ତି।



