ଅଡୁଆରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌; ଦୁର୍ନୀତି ମାମଲାରେ ପତ୍ନୀ ବୁଶରା ବିବିଙ୍କ ସହ ମିଳିଲା ୧୭ ବର୍ଷ ଜେଲ୍ ଦଣ୍ଡାଦେଶ

Spread the love

୨୨/୧୨/୨୫ (ସନ୍ଧାନ ନ୍ୟୁଜ) : ଆଉ ଜେଲରୁ ମୁକୁଳି ପାରିବେନି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ପୁଣି ୧୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ପୂର୍ବତନ କ୍ରିକେଟର୍। ପତ୍ନୀ ବୁଶରା ବିବିଙ୍କ ସହ ଇମ୍ରାନଙ୍କୁ ଆଜି ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ଲାଗି ଜେଲ ଦଣ୍ଡ ହୋଇଛି। ୨୦୨୧ ମେ ମାସରେ ଏକ ସରକାରୀ ଗସ୍ତ ସମୟରେ ସାଉଦି ଯୁବରାଜଙ୍କ ଇମ୍ରାନ ଖାନଙ୍କୁ ଏକ ବୁଲଗାରି ଅଳଙ୍କାର ସେଟ୍ ଦେଇଥିଲେ। ଯାହା ପରବର୍ତ୍ତି ସମୟରେ ଅତ୍ୟନ୍ତ କମ ମୂଲ୍ୟରେ କିଣାଯାଇଥିଲା। ଇମ୍ରାନ୍‌  ଖାନଙ୍କୁ ପ୍ରଥମେ ୯ ମଇ, ୨୦୨୩ରେ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଥିଲା। ଅଗଷ୍ଟ ୨୦୨୩ ରେ ତୋଶାଖାନା ମାମଲାରେ ତାଙ୍କୁ ପୁଣି ଗିରଫ କରାଯାଇଥିଲା। ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱକପ୍ ବିଜୟୀ କ୍ରିକେଟ ଅଧିନାୟକଙ୍କ ପାଇଁ ଏହି ନୂତନ ଦଣ୍ଡ ଏପରି ଏକ ସମୟରେ ଆସିଛି ଯେତେବେଳେ ଜେଲ ଭିତରେ ଇମ୍ରାନ ଖାନଙ୍କ ପ୍ରତି ଦୁର୍ବ୍ୟବହାର ପାଇଁ ପାକିସ୍ତାନ ସରକାର ସମାଲୋଚନାର ସମ୍ମୁଖୀନ ହେଉଛି। ଏପରିକି ଜାତିସଂଘ ମଧ୍ୟ ଖାନଙ୍କୁ ଏକାକୀ କାରାଦଣ୍ଡରୁ ମୁକ୍ତି ପାଇଁ ଆହ୍ୱାନ କରିଛି।

Related Posts

About The Author

Add Comment