ଅଟୋ ବାଇକ ମୁଁହା ମୁଁହି ଧକ୍କା ହେବାରୁ ୩ଜଣ ଗରୁତର

Spread the love

ଯାଜପୁର , ୨୮/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ସଦର ଥାନା ନିକଟସ୍ଥ ବରୁଅାଁରୁ ସଂଯୋଗ ହୋଇଥିବା ଜାତୀୟ ରାଜପଥ ଶଙ୍ଖମଠ ନିକଟସ୍ଥ ଏକ ଅଟୋ ସହିତ ବାଇକ ଧକ୍କା ହେବାରୁ ଏହି ଅଟୋରେ ଥିବା ଯାତ୍ରୀ ୩ଜଣ ଆହତ ହୋଇଥିବା ବେଳେ, ଘଟଣାରୁ ପ୍ରକାଶ ଯେ, ଆଜ ପୁର୍ବାହ୍ନରେ ବରୁଅାଁ ଆଡ଼ୁ ଏକ ଅଟୋ ଆସୁଥିବା ବେଳେ, ବ୍ରହ୍ମବରଦା ପଟୁ ଆସୁଥିବା ଏକ ବାଇକରେ ଶଂଙ୍ଖମଠ ସହିତ ଏହି ଅଟୋ ସହିତ ସାମ୍ନା ସାମ୍ନି ଧକ୍କା ହେବାରୁ ଅଟୋରେ ଥିବା ଅଟୋ ଚାଳକ ବାଇକରେ ଆସୁଥିବା ଦୁଇ ଜଣ ଗୁରୁତର ଆହାତ ହୋଇଥିଲେ । ଘଟଣା ସ୍ଥଳରେ ଗ୍ରାମବାସୀମାନେ ପହଁଞ୍ଚô ଆହତ ହୋଇଥିବା ବାଇକର ଦୁଇଜଣ ଅଟୋ ଚାଳକ ୩ ଜଣଙ୍କୁ ଚିକିତ୍ସା ପାଇଁ ଯାଜପୁର ମେଡିକାଲକୁ ପଠାଇଥିବା ଜଣାଯାଇଛି । ରିପୋର୍ଟ ଲେଖା ହେବା ବେଳକୁ ସଦର ଥାନାରେ କେସ ହୋଇନଥିବା ଜଣାଯାଇଚି । ଅଟୋ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ବାଇକରେ ଯାଉଥିବା ଆହତ ହୋଇଥିବା ଏହି ୨ଜଣ ବ୍ୟକ୍ତି ବାଲିଆପାଳ ଗ୍ରାମର ବୋଲି ଜଣାଯାଇଚି ।

Related Posts

About The Author

Add Comment