ମୟୁରଭଞ୍ଜ, ୨୧/୦୫ (ସନ୍ଧାନ ନିଉଜ) ସାମାଖୁଣ୍ଟା ବ୍ଲକର ସିନ୍ଦୂରଗୌରା ପଞ୍ଚାୟତର ଚିପଟଅସ୍ତିଆ ଗ୍ରାମରେ ସ୍ତ୍ରୀ, ପୁରୁଷ,ଦିବ୍ୟାଙ୍ଗ,ବୃଦ୍ଧା,ପିଲା ଛୁଆ ମିଶି 120 ରୁ ଉର୍ଦ୍ଧ୍ବ ଜଣ ବ୍ୟକ୍ତି ନିକଟସ୍ଥ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ପହରୁ ଥିଲେ କିନ୍ତୁ ତାଙ୍କୁ ଖାଇବା ପାଇଁ କୌଣସି ଶୁଖିଲା ଖାଦ୍ୟ ମିଳିନାହିଁ ଖବର ପାଇ ଆମେ,ଅରୁଣ କୁମାର ବେହେରାଙ୍କ ନେତୃତ୍ୱରେ ସଙ୍ଘଠନ ର କର୍ମକର୍ତ୍ତା ମାନଙ୍କ ସହ ଯାଇ ପହଞ୍ଚି ତାଙ୍କୁ ଶୁଖିଲା ଖାଦ୍ୟ ସହିତ ମୋହମବତୀ,ମଶାଧୂପ, ଦିଆସିଲି ନେଇ ଦେବାରୁ ଲୋକେ ଖାଇ ସାରି ଶାନ୍ତିରେ ସୋଇଲେ, ଏବିଷୟରେ ବ୍ଲକ ପ୍ରଶାସନଙ୍କୁ ଜଣେଇବାରୁ କହିଲେ ଆମେ ଏବିଷୟରେ ଅବଗତ ନାହୁଁ , କିନ୍ତୁ ଗାଁରେ ଥିବା ଅଙ୍ଗନବାଡ଼ି ଦିଦି ଯେତେବେଳେ ଚାଳ ଛପର ଘର ଥିବା ବ୍ୟକ୍ତିମାନଙ୍କୁ ସ୍କୁଲ ଘରେ ଓ ଅଙ୍ଗନବାଡ଼ି ରେ ରହିବାକୁ କହିଲେ ତାଙ୍କର କର୍ତ୍ତବ୍ୟ ଥିଲା ସେ ଏବିଷୟରେ ପ୍ରଶାସନଙ୍କୁ ଜଣେଇବା ପାଇଁ ତାଙ୍କର ଭୁଲ ପାଇଁ ଏତେ ପରିବାର ହଇରାଣ ହୋଇ ପୋଡିରହିଥିଲେ ,,ସେପଟେ କରନା ପାଇଁ ଲୋକେ ଖାଇବାକୁ ନପାଇ ହୋଇରାଣ ହେଉଥିବା ବେଳେ ଏପଟେ ଅମ୍ଫାନ ଵଝ ଉପରେ ଲଳିତା ବିଡା ପରି ଦାଉ ସାଜିଲା ,,ଏପରି ବିପତ୍ତି ସମୟରେ,,ଓଡିଶା କୃଷିନିଗମ ଅଧ୍ୟକ୍ଷ-ଦେବାଶିଷ ମହାନ୍ତିଙ୍କ ସହଯୋଗ କ୍ରମେ ଖରା, ବର୍ଷା ଖାତିର ନକରି ଆମେ ଲୋକଙ୍କୁ ସେବା ଯୋଗେଇ ପାରୁଥିବାରୁ ଆମେ ନିଜକୁ ଧନ୍ୟ ମନେ କରୁଛୁ ବୋଲି “ଜାଗ ମୟୁରଭଞ୍ଜ ଜାଗ”ର ସଭାପତି ସୋନାଲି ପ୍ରିୟଦର୍ଶୀନି ବେହେରା କହିଛନ୍ତି ଏହି ସେବା କାଯ୍ୟରେ- ଡ଼ଃ ଶଶୀଧର ବିଶ୍ଵାଳ ଚୁମକି ବେହେରା,ମମତା ପ୍ରଧାନ,ସବିତା ପଳେଇ,ପିଣ୍ଟୁ ପ୍ରଧାନ,ଅଞ୍ଜଳି ବେହେରା, ଵିଦ୍ୟା ଆଇଣ୍ଟ,, ସହଯୋଗ କରିଥିଲେ
ଅଙ୍ଗନବାଡି କେନ୍ଦ୍ରରେ ରହୁଥିବା ଲୋକଙ୍କୁ ଖାଦ୍ୟ ନାହିଁ, ହାତ ବଢ଼େଇଲେ ସମାଜସେବୀ
|
May 22, 2020 |
![](https://sandhannews.com/wp-content/uploads/2020/05/IMG-20200522-WA0015.jpg)