ଅଙ୍ଗନବାଡ଼ି କର୍ମୀ ଚୟନ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ। ଅତିରିକ୍ତ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଙ୍କ ଦାବିପତ୍ର ପ୍ରଦାନ

Spread the love

ବାଲିଗୁଡା, ୦୪/୦୧/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକ ସୁଡ୍ରା ପଞ୍ଚାୟତ ଅନ୍ତର୍ଗତ ଉସୁରୁକୁପା ଗାଁ ରେ ଅଙ୍ଗନବାଡ଼ି କର୍ମୀ ଚୟନ ରେ ବ୍ୟାପକ ଦୁର୍ନୀତି ହୋଇ ଥିବା ଅଭିଯୋଗ କରିବା ସହ ଏହାର ଏକ ନିରପେକ୍ଷ ତଦନ୍ତ କରିବା ନିମନ୍ତେ ଉପ ଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଙ୍କୁ ସାକ୍ଷାତ ପାଇଁ ଆସିଥିବା ବେଳେ ଉପ ଜିଲ୍ଲାପାଳ ଅନୁପସ୍ଥିତ ଥିବା ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ହରିଶ୍ ଚନ୍ଦ୍ର ପ୍ରଧାନ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।ପ୍ରକାଶ ଯେ,ଉସୁରୁକୁପା ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀଙ୍କ କାର୍ଯ୍ୟ କାଳ ଶେଷ ପରେ ପଦବି ଖାଲି ପଡିଥିଲା l ଏନେଇ ସମନ୍ୟୁତ ଶିଶୁ ବିକାଶ ଯୋଜନା କେନ୍ଦ୍ରରେ ନିଯୁକ୍ତି ପାଇଁ ଗତ ତା ୧୯/୧୧/୨୦ ରିଖ ବିଜ୍ଞାପନ ସଂଖ୍ୟା ୯୫୬ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉକ୍ତ ବିଜ୍ଞାପନ ଅନୁଯାୟୀ ୨୦/୧୧/୨୦ ରିଖ ଠାରୁ ୧୦/୧୨/୨୦ ରିଖ ମଧ୍ୟ ରେ ଦରଖାସ୍ତ ଆହ୍ଵାନ ପାଇଁ ଦର୍ଶାଯାଇଥିଲା l ସେହି କେନ୍ଦ୍ର ଅଞ୍ଚଳ ର ସୁଜାତା ମଳିକ , ସୁମିତ୍ରା ମଳିକ , ଲଳିତା ମଳିକ ଆବେଦନ କରିଥିଲେ। କିନ୍ତୁ ଯାଞ୍ଚ ଦିନ ଅର୍ଥାତ୍ ୧୧/୧୨/୨୦ ରିଖ ଦିନ ଲଳିତା ମଳିକ ଆବଶ୍ୟକୀୟ ପ୍ରମାଣ ପତ୍ର ଦାଖଲ କରିନଥିବା ନେଇ ଏକ ଲଟକା ଜାରି ହୋଇଥିଲା। କିନ୍ତୁ ପରେ ଲଳିତା ମଳିକ ଚୟନ କମିଟି କୁ ପ୍ରମାଣ ପତ୍ର ଦାଖଲ କରିଥିଲେ। ଗ୍ରାମବାସି ଙ୍କ ଅଭିଯୋଗ ଯେ ସମୟ ସୀମା ମଧ୍ୟରେ ସରକାରୀ ଗାଇଡ ଲାଇନ କୁ ଅଣଦେଖା କରି କିଭଳି ଭାବେ ଚୟନ କମିଟି ନିଯୁକ୍ତି ରେ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ଦେଲା। ସରକାରୀ ନିୟମ ଅନୁସାରେ ଗାଁ ର ବୋହୂ ଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ସହ ୱାର୍ଡମେମ୍ବର ଅମିର୍ ମଳିକ, ସୁଜାତା ମଳିକ, ବିମନ୍ତି ମଳିକ, ବିରସେନ୍ ଦିଗାଲ ପ୍ରମୁଖ ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି l

Related Posts

About The Author

Add Comment