ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା  ପକ୍ଷରୁ ସମାଜସେବୀ ବୁଲେଇ ବେହେରା ସମ୍ବର୍ଦ୍ଧିତ

Spread the love
କଟକ ୨୬/୦୪/୨୦୨୨ (ସନ୍ଧାନ ନିଉଜ) କଟକ ସଦର ୪୨ମୌଜା ସ୍ଥିତ ଯଶୋଦା ଗାର୍ଡେନ ଠାରେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ୯୮ ତମ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଉତ୍କଳ ଯାଦବ ମହାସଭାର ସଭାପତି ଆଶୀର୍ବାଦ ବେହେରା ଓ ଅଖିଳ ଭାରତ ବର୍ଷୀୟ ଯୁବ ଯାଦବ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇ°.ପ୍ରଦୀପ କୁମାର ବେହେରାଙ୍କ ଉପସ୍ଥିତିରେ ଉତ୍କଳ ଯାଦବ ମହାସଭାର ମୁଖ୍ୟ ଉପଦେଷ୍ଟା ଧର୍ମାନନ୍ଦ ବେହେରା, କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା ଏବଂ ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସଙ୍କ ଦ୍ୱାରା ସମ୍ଭର୍ଧିତ ହେଲେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟାଳୟ ସମ୍ପାଦକ ଦକ୍ଷ ସଂଗଠକ ବୁଲେଇ ବେହେରା । ସୂଚନାଯୋଗ୍ୟ ଦକ୍ଷ ସଙ୍ଗଠକ ବୁଲେଇ ବେହେରା ଉଲ୍ଲେଖନୀୟ କୃତିତ୍ୱ ନେଇ କଟକ ସଦର ଏବଂ ଅନ୍ୟ ଜିଲ୍ଲା ମାନଙ୍କରୁ ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି ।

Related Posts

About The Author

Add Comment