ଅକ୍ଷୟ କୁଣ୍ଡୁ କେବେ ଘରକୁ ଫେରିବେ

Spread the love

ଯାଜପୁର ସଦର,୧୮/୧୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ଅନନ୍ତ କୁଣ୍ଡୁଙ୍କ ପୁଅ ଅକ୍ଷୟ କୁଣ୍ଡୁ ଦିର୍ଘ ୬ମାସ ହେବ କେଉଁ ଆଡ଼େ ଚାଲି ଯାଇଥିବାକୁ ନେଇ ପରିବାର ଲୋକମାନେ ଅକ୍ଷୟ କୁଣ୍ଡୁ(କୁଞ୍ଜିଆ)କୁ ବିଭିନ୍ନ ଜାଗାରେ ଖୋଜୁଥିବା ବେଳେ, ପରିବାରର ସଦସ୍ୟମାନେ ଅକ୍ଷୟ କୁଣ୍ଡୁକୁ ନପାଇ ଚିନ୍ତାରେ ରହିଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ବନ୍ଧଡିହ ପଂଚାୟତ ଭଗବତୀପୁର ଗ୍ରାମର ବଙ୍ଗାଳୀ ସାହିର ଅନନ୍ତ କୁଣ୍ଡୁଙ୍କ ପୁଅ ଅକ୍ଷୟ କୁଣ୍ଡୁ(କୁଞ୍ଜିଆ) ଙ୍କୁ ୭୫ ବର୍ଷ ହୋଇଥିବା ବେଳେ ଏହି ରସୁଲପୁର, ବଡ଼ଚଣା, ଧର୍ମଶାଳା ବ୍ଲକର ବିଭିନ୍ନ ଗ୍ରାମ ମାନଙ୍କୁ ଯାଇ ବିଭିନ୍ନ ଜାଗାରେ ବୁଲାବୁଲି କରେ । ଏଠାରେ ସୂଚନା ଯୋଗ୍ୟ ଯେ, ଦିର୍ଘ ୬ମାସ ହେଲା କୁଞ୍ଜିଆ ଘରକୁ ଫେରିନଥିବାରୁ ତାଙ୍କ ଭାଈ ବୋହୁ ଶାନ୍ତୀଲତା କୁଣ୍ଡୁ ଅକ୍ଷୟକୁ ପାଇବା ପାଇଁ ଗଣମାଧ୍ୟମରେ ଜଣାଇବା ସହିତ ଅକ୍ଷୟ କୁଣ୍ଡୁର ଫଟୋ ଗଣମାଧ୍ୟମରେ ପ୍ରକାଶ କରାଗଲା । ଯେଉଁ ସହୃଦୋୟ ବ୍ୟକ୍ତି ଅକ୍ଷୟ କୁଣ୍ଡୁ(କୁଞ୍ଜିଆ) ସନ୍ଧାନ ପାଆନ୍ତି ନିକଟସ୍ଥ ବ୍ରହ୍ମବରଦା ଫାଣ୍ଡି ଏବଂ ଧର୍ମଶାଳାକୁ ଜଣାଇବା ଲାଗି ତାଙ୍କ ଭାଇ ବୋହୁ ଶାନ୍ତୀଲତା କୁଣ୍ଡୁ ନିବେଦନ କରିଛନ୍ତି । ଗଣମାଧ୍ୟମର ଜିଲ୍ଲାପ୍ରତିନିଧି ଗୋପିନାଥ ଦାଶଙ୍କୁ ଅକ୍ଷୟର ସନ୍ଧାନ ପାଇଲେ ଏହି ମୋବାଇଲ ନଂ- ୯୬୫୮୨୩୨୭୦୩ ଯୋଗେ ଯୋଗାଯୋଗ କରିବା ପାଇଁ ଶ୍ରୀ ଦାଶ ଅନୁରୋଧ କରିଛନ୍ତି । ଅକ୍ଷୟ କୁଣ୍ଡୁ ମୃତ କି ଜୀବିତ ପରିବାର ସଦସ୍ୟ ଜାଣି ପାରୁନଥିବା ବେଳେ, ଗଣମାଧ୍ୟମର ପ୍ରତିନିଧି ମାନେ ଅକ୍ଷୟ କୁଣ୍ଡୁର ସନ୍ଧାନ ପାଇଲେ ଆଟ/ପୋଷ୍ଟ- ବନ୍ଧଡିହ, ଭାୟା- ବ୍ରହ୍ମବରଦା, ଜିଲ୍ଲା- ଯାଜପୁରକୁ ଜଣାଇବା ପାଇଁ ଶ୍ରୀ ଦାଶ ନିବେଦନ କରିଛନ୍ତି । ଅକ୍ଷୟ କୁଣ୍ଡୁ ମସ୍ତିଷ୍କ ବିକୃତ ଥିବା ସବୁବେଳେ ଗପୁଥିବା ଜଣାଯାଇଚି ।

Related Posts

About The Author

Add Comment