UPSC ରେଜଲ୍ଟ ପ୍ରକାଶିତ: ଟପ୍-10ରେ 2 ଓଡିଆ
ୟୁନିଅନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସସି-2019 ରେଜଲ୍ଟ ପ୍ରକାଶିତ । ପ୍ରଦୀପ ସିଂ ଆଇଏଏସ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ଦ୍ବିତୀୟରେ ଜତିନ କିଶୋର ଓ ତୃତୀୟ ସ୍ଥାନରେ ପ୍ରତିଭା ବର୍ମା ରହିଛନ୍ତି । ଚଳିତ ବର୍ଷ ମୋଟ 829 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ଥର ୟୁପିଏସସି ପରୀକ୍ଷାରେ ଓଡିଆ ପୁଅ ଝିଅ ବି ବାଜି ମାରି ନେଇଛନ୍ତି । ଟପ୍ 10ରେ ୨ ଜଣ ଓଡ଼ିଆଙ୍କ ନାଁ ମଧ୍ୟ ରହିଛି । ଅଷ୍ଟମ ସ୍ଥାନରେ ଓଡ଼ିଶାର ଅଭିଷେକ ସରାଫ । ଦଶମ ସ୍ଥାନରେ ଓଡ଼ିଶାର ସଞ୍ଜିତା ମହାପାତ୍ର ରହିଛନ୍ତି ।107 ତମ ରାଙ୍କରେ ଅଶୁମାନ ରାଜ, 120 ରାଙ୍କରେ ଅନୁପ ଦାସ, 125 ତମ ସ୍ଥାନରେ ନାୱାଲ କୁମାର ଜୈନ ରହିଛନ୍ତି । 202 ସ୍ଥାନରେ ରାହୁଲ ମିଶ୍ର, 225ରେ ହେମା ନାୟକ, 229ରେ ଆର୍ଶୀ ଦାସ, ଅଙ୍କିତ ଶଙ୍କର ମିଶ୍ର 294 ରାଙ୍କ ଅଧିକାର କରିଛନ୍ତି ।ସେହିପରି ସୋନାଲି ମିଶ୍ର 300 ରାଙ୍କରେ, ଦିବ୍ୟା ମିଶ୍ର 312ରେ, 361 ରାଙ୍କରେ ଅର୍ଘ୍ୟ ପଟ୍ଟନାୟକ, ଜୁବିନ ମହାପାତ୍ର 379 ରାଙ୍କରେ ରହିବା ସହ ସମୀର କୁମାର ଜେନା 441 ରାଙ୍କରେ ରହିଛନ୍ତି ।ମାନସ ରଞ୍ଜନ ସାହୁ 567 ରାଙ୍କରେ ରହିବା ସହ ଶିବମ ମିଶ୍ର 712 ରାଙ୍କରେ, ଓମ ପ୍ରସାଦ ମହାନ୍ତି 715 ରାଙ୍କରେ ରହିବା ସହ ବିଭୂତି ଭୂଷଣ ନାୟକ ରାଙ୍କ 819 ରହିଛି ।
Related Posts
About The Author