SC/ST ସଂଶୋଧନ ଆଇନ୍ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରୀମ କୋର୍ଟ, ଆସନ୍ତା ୧୯ରେ ଶୁଣାଣି

Spread the love

ନୂଆଦିଲ୍ଲୀ , ୩୦/୧(ସନ୍ଧାନ ନିୟୁଜ) : ସୁପ୍ରୀମ କୋର୍ଟ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ସଂଶୋଧନ ଅଧିନିୟମ, ୨୦୧୮ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ଏହି ଆଇନ୍ କୁ ସୁପ୍ରୀମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାରେ ଆସନ୍ତା ଶୁଣାଣି ୧୯ ଫେବ୍ରୁଆରୀରେ ହେବ।

ଏହା ପୂର୍ବରୁ ସୁପ୍ରୀମ କୋର୍ଟ, ମାର୍ଚ୍ଚମାସର ନିଷ୍ପତିକୁ ନିଷ୍ପ୍ରଭାବୀ ବନାଇବା ପାଇଁ ଏବଂ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ୍ ର ପୂର୍ବ ସ୍ଥିତି ରଖିବା ପାଇଁ ଏଥିରେ କରାଯାଇଥିବା ସଂଶୋଧନକୁ ଚ୍ୟାଲେଞ୍ଜ ଦେଉଥିବା ଯାଚିକା ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରୀ କରିଥିଲେ।

ସୂଚନାଯୋଗ୍ୟଯେ, ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ୍ ରେ ସଂସଦର ମୌସୁମୀ ଅଧିବେଶନରେ ସଂଶୋଧନ କରି ଏହାର ପୂର୍ବ ସ୍ଥିତି ରଖାଯାଇଥିଲା।

ସଂସଦ ଏହି ଆଇନ୍ ଅନୁଯାୟୀ ଗିରଫ ବିରୁଦ୍ଧରେ ନିର୍ଦ୍ଧାରିତ ସୁରକ୍ଷା ଉପାୟ କରିବା ସମ୍ବନ୍ଧୀତ ଉଚ୍ଚତମ ନ୍ୟାୟାଳୟର ନିର୍ଣ୍ଣୟକୁ ନିଷ୍ପ୍ରଭାବୀ ବନାଇବା ପାଇଁ ପାଇଁ ୯ ଅଗଷ୍ଟରେ ବିଧେୟକକୁ ମଞ୍ଜୁରୀ ଦେଇଥିଲେ।

ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ସଂଶୋଧନ ବିଧେୟକ ଲୋକସଭାରେ ଛଅ ଅଗଷ୍ଟରେ ପାରିତ ହୋଇଥିଲା।

ବିଧେୟକରେ SC/ST ଙ୍କ ବିରୁଦ୍ଧରେ ଅତ୍ୟାଚାରର ଅଭିଯୁକ୍ତକୁ ଅଗ୍ରୀମ ଜାମିନ୍ ର କୌଣସି ମଧ୍ୟ ସମ୍ଭାବନାକୁ ସମାପ୍ତ କରାଯାଇଥିଲା। ଏଥିରେ ପ୍ରାବଧାନ ଥିଲାଯେ, ଆପରାଧିକ ମାମଲା ରୁଜୁ କରିବା ପାଇଁ କୌଣସି ପ୍ରାରମ୍ଭିକ ଜାଞ୍ଚର ଆବଶ୍ୟକତା ନାହିଁ ଏବଂ ଏହି ଆଇନ୍ ର ଅନୁଯାୟୀ ଗିରଫ ପାଇଁ କୌଣସି ପ୍ରକାରର ପୂର୍ବ ଅନୁମତିର ଆବଶ୍ୟକତା ନାହିଁ।

ଉଚ୍ଚତମ ନ୍ୟାୟାଳୟ ଏହି ଆଇନ୍ ରେ ସରକାରୀ କର୍ମଚାରିମାନଙ୍କ ପ୍ରତି ଦୁରୁପଯୋଗ ହେବାର ଘଟଣାଗୁଡ଼ିକ ଉପରେ ନଜର ରଖି ୨୦ ମାର୍ଚ୍ଚରେ ରାୟ ପ୍ରକାଶକରିଥିଲେ କି ଏହି ଆଇନ୍ ଅନୁଯାୟୀ ରୁଜୁ ଅଭିଯୋଗ ଉପରେ ତୁରନ୍ତ ଗିରଫ ହୋଇପାରିବେ ନାହିଁ।

ନ୍ୟାଯାଲୟ ଏହି ସମ୍ବନ୍ଧରେ ଅନେକ ନିର୍ଦେଶ ଦେଇଥିଲେ ଏବଂ କହିଥିଲେ କି SC/ST ଆଇନ୍ ଅନୁଯାୟୀ ରୁଜୁ ହୋଇଥିବା ମାମଲାରେ ଲୋକ ସେବକଙ୍କୁ ସକ୍ଷମ ପ୍ରାଧିକାରୀଙ୍କର ପୂର୍ବ ଅନୁମତି ପରେ ହିଁ ଗିରଫ କରାଯାଇ ଯାଇପାରିବ।

Related Posts

About The Author

Add Comment