RSPରେ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣା : ଚାଲିଗଲା ୨ଜଣଙ୍କ ଜୀବନ, ୮ ଅସୁସ୍ଥ

Spread the love

ରାଉରକେଲା ୦୬.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା) :- ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆର୍‌ଏ)ରେ ଗ୍ୟାସ ଲିକ୍‌ ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଏହି‌ ଅଘଟଣରେ ୮ ଜଣ ଅସୁସ୍ଥ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, କିଛି ସମୟ ପୂର୍ବରୁ‌ ରାଉରକେଲା ଷ୍ଟିଲ ପ୍ଲାଣ୍ଡର କୋଲ କେମିକାଲ ବିଭାଗରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିବା  ସୂଚନା ମିଳିଥିଲା । ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୪ ଜଣ ଗୁରୁତର ହୋଇଥିବାବେଳେ ୬ ଜଣ ଆହତ ହୋଇଥିଲେ। ବର୍ତ୍ତମାନ ଆହତଙ୍କ ସଂଖ୍ୟା ବୃଦ୍ଧି‌ ପାଇବାରେ ଲାଗିଛି। ତେବେ ଗୁରୁତର ଓ ଆହତଙ୍କୁ ଆଇଜିଏରେ ଭର୍ତ୍ତି କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Related Posts

About The Author

Add Comment