Putin In India: ଭାରତରେ ପୁଟିନ: ଏୟାରପୋର୍ଟରେ ସ୍ୱାଗତ କଲେ ଖୋଦ ମୋଦି, ଗୋଟିଏ କାରରେ ଗଲେ ଉଭୟ ନେତା

Spread the love

ନୂଆ ଦିଲ୍ଲୀ : (ସନ୍ଧନ ନ୍ୟୁଜ)ପୁଟିନଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରିଛନ୍ତି ମୋଦି। ରାତ୍ର ଭୋଜନ ପରେ ପୁଟିନ ସିଧା ଆଇଟି ମୌର୍ଯ୍ୟକୁ ଯାଇଛନ୍ତି। ସେଠାକାର ଚାଣକ୍ୟ ପ୍ରେସିଡେଣ୍ଟାଲ ସୁଟରେ ସେ ରାତି କାଟିବେ। ପୁଟିନ ଆଇଟିସି ମୌର୍ଯ୍ୟରେ ରହୁଥିବାରୁ ହୋଟେଲର ସମସ୍ତ ରୁମକୁ ବୁକ କରି ଦିଆଯାଇଛି।ଦୀର୍ଘ ୪ ବର୍ଷ ପରେ ପ୍ରାୟ ୨୭ ଘଣ୍ଟା ପାଇଁ ଭାରତ ଗସ୍ତରେ ଆସିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଆଜି ସନ୍ଧ୍ୟା ପ୍ରାୟ ୬.୫୦ରେ ପୁଟିନଙ୍କ ସ୍ୱତନ୍ତ୍ର ବିମାନ ଦିଲ୍ଲୀର ପାଲାମ ଏୟାରପୋର୍ଟରେ ପହଞ୍ଚିଥିଲା। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସ୍ୱାଗତ କାର୍ଯ୍ୟକ୍ରମରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି। ଏହା ଗୋଟିଏ ବିରଳ କୂଟନୀତିକ ପଦକ୍ଷେପ।

Related Posts

About The Author

Add Comment