ନୂଆଦିଲ୍ଲୀ ୨୩/୪ (ସନ୍ଧାନ ନିୟୁଜ) ରବିବାର ଇଷ୍ଟର ଦିନ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋର ଚର୍ଚ୍ଚ ଏବଂ ପଞ୍ଚତାରକା ହୋଟଲଗୁଡ଼ିକରେ ସିରିଜ୍ ବିଷ୍ପୋରଣରେ ଆଜିପର୍ଯ୍ୟନ୍ତ ୩୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଗଲାଣି ଏବଂ ୫୦୦ ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ସିରିଜ୍ ବୋମା ବିଷ୍ପୋରଣରେ ନିଜକୁ ଦାୟୀ କରିଛି ISIS। ଶ୍ରୀଲଙ୍କା ରବିବାରଦିନ ଆଠଟି ସ୍ଥାନରେ ଗୋଟିଏ ପରେ ଗୋଟିଏ ବୋମା ବିଷ୍ପୋରଣ ହୋଇଥିଲା। ଏଥିରେ ଇସ୍ଲାମିକ ଷ୍ଟେଟ ନିଜକୁ ଦାୟୀ କରିଛି। ମଙ୍ଗଳବାରଦିନ ଶ୍ରୀଲଙ୍କା ପୁଲିସ ଏକ ଆଲର୍ଟ ଜାରୀ କରିଛି। ଶ୍ରୀଲଙ୍କା ପୁଲିସ ମୁତାବକ ଆତ୍ମଘାତୀ ଆକ୍ରମଣ ପୁନଃ କଲମ୍ବୋରେ ହୋଇପାରେ ବୋଲି ଶ୍ରୀଲଙ୍କା ପୁଲିସ ଭାରତୀୟ ସୁରକ୍ଷା ଏଜେନ୍ସି ତରଫରୁ ମିଳିଥିବା ଖୁପିଆ ସୂଚନା ପରେ ଏହି ଆଲର୍ଟ ଜାରୀ କରିଛି।
ସୂଚନାଯୋଗ୍ୟଯେ, ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ ସହିତ ଦେଶର ଅନେକ ଭାଗରେ ରବିବାରଦିନ ଖୀଷ୍ଟ୍ରିଆନ୍ ମାନଙ୍କର ପବିତ୍ର ପର୍ବ ଇଷ୍ଟର ଦିନ ଚର୍ଚ୍ଚ ଏବଂ ହୋଟେଲକୁ ଚିହ୍ନଟ କରି ବୋମା ବିଷ୍ପୋରଣ କରାଯାଇଛି। ଏହି ବିଷ୍ପୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ଅତିକମରେ ୩୨୧ ଲୋକଙ୍କର ମୃତ୍ୟୁ ହୋଇଛି। ଏବଂ ୫୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆଜି ପର୍ଯ୍ୟନ୍ତ ୧୩ ଜଣ ଆରୋପିଙ୍କୁ ପୁଲିସ ଗିରଫ କରିଛି। ସରକାର କହିଛନ୍ତି ଅଧିକାଂଶ ବିଷ୍ପୋରଣ ଆତ୍ମଘାତୀ ଥିଲା। ମୃତକଙ୍କ ମଧ୍ୟରେ ଭାରତୀୟ ଏବଂ ପାକିସ୍ତାନୀ ସମେତ ସର୍ବମୋଟ ୩୫ ଜଣ ବିଦେଶୀ ନାଗରିକ ମଧ୍ୟ ଥିଲେ। ବିଷ୍ପୋରଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ, ହୋଇଛି। ସେ କେରଲର ନିବାସୀ।
ସୂଚନାଯୋଗ୍ୟଯେ, ଏହା ପୂର୍ବରୁ ହିଁ ଶ୍ରୀଲଙ୍କାରେ ସୋମବାର ଅର୍ଦ୍ଧ ରାତ୍ରରୁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଏହାର ସୂଚନା ରାଷ୍ଟ୍ରପତି କାର୍ଯ୍ୟାଳୟ ଦେଇଛି। ତା’ ଅନୁସାର ବିଶେଷ କାର୍ଯ୍ୟାନୁଷ୍ଠାନ କରିବା ଏବଂ ଲୋକମାନଙ୍କର ସୁରକ୍ଷାକୁ ପ୍ରାଥମିକତା ଦେବାପାଇଁ ଏହି ନିଷ୍ପତି ନିଆଯାଇଛି। ଯାହାଫଳରେ ପୁଲିସ ସହିତ ହିଁ ସ୍ଥଳ, ଜଳ ଏବଂ ବାୟୁ ସେନାକୁ ଜାଞ୍ଚ ଏବଂ ସିକ୍ୟୁରିଟିର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରିବାରେ କୌଣସି ଅସୁବିଧା ନ ହେଉ। ତା’ ସହିତ ଏହା ମଧ୍ୟ କୁହାଯାଇଛି କି ଏହି ଜରୁରୀକାଳୀନ ପରିସ୍ଥିତି କେବଳ ସୁରକ୍ଷା ଦୃଷ୍ଟିରୁ ଲଗାଯାଇଛି। ଏହି ସମୟରେ ଅଭିବ୍ୟକ୍ତିର ସ୍ଵତନ୍ତ୍ରତା ଉପରେ କୌଣସି ରୋକ ନାହିଁ।



