ELECTION 2019: ପୁଣି ଯାଜପୁର ଜିଲ୍ଲାରେ ଉଡିଲା ବିଜେଡିର ବିଜୟ ବାନା

Spread the love

ଯାଜପୁର ୨୦/୫ (ଓଡ଼ିଆପୁଅ/ମାନସ ରାଉତ) ଆଜି ଦେଶରେ ୨୦୧୯ ଲୋକସଭାର ଜନମତ ମୋଦିଙ୍କ ସପକ୍ଷରେ ଯାଇଥିବାବେଳେ ରାଜ୍ୟର ଲୋକମତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଯାଇଛି ବୋଲି ଫଳାଫଳରୁ ସୂଚନା ମିଳୁଛି। ବିଜେଡିର ଗଡ ଭାବେ ମାନ୍ୟତା ପାଇଥିବା ଯାଜପୁର ଜିଲ୍ଲା, ପୁଣି ଥରେ ୭ଟି ବିଧାନସଭା ଆସନରେ ବିଜେଡିର ସମସ୍ତ ପ୍ରାର୍ଥୀ ନିର୍ବାଚିତ ହୋଇ ଗଡର ମାନ୍ୟତାକୁ ବଜାୟ ରଖିବା ଦେଖାଯାଇଛି। ଯାଜପୁର ଲୋକସଭା ଆସନ ଏବଂ ୭ଟି ବିଧାନସଭା ଆସନରେ ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ପଛରେ ପକାଇ ନବୀନ ବାବୁଙ୍କ ବିଶ୍ୱାସ ଭାଜନ ହୋଇପାରିଛନ୍ତି ବିଜେଡି ପ୍ରାର୍ଥୀ।
ତେବେ ଚାଲନ୍ତୁ ଦେଖିବା କାହାକୁ କେତେ ଭୋଟ ମିଳିଛି। ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ଏହି ଫଳାପଳ ଆମର ହସ୍ତଗତ ହୋଇଛି।

ବିଂଝାରପୁର

ବିଜେଡି : ପ୍ରମିଳା ମଲ୍ଲିକ-୭୮,୨୫୫
ବିଜେପି : ବବିତା ମଲିକ- ୫୭,୧୯୭

ବରୀ

ବିଜେଡି : ସୁନନ୍ଦା ଦାସ- ୭୨,୩୧୦
ବିଜେପି : ବିଶ୍ୱରଂଜନ ମଲିକ-୬୭,୯୪୮

ବଡଚଣା
ବିଜେଡି : ଅମର ପ୍ରସାଦ ଶତପଥୀ,୬୪,୦୮୪(ବିଜୟୀ)
ବିଜେପି : ଅମର କୁମାର ନାୟକ -୬୨,୫୯୯
କଂଗ୍ରେସ : ଅଜୟ ସାମଲ- ୯,୩୨୨

ଧର୍ମଶାଳା

ବିଜେଡି: ପ୍ରଣବ ବଳବନ୍ତରାୟ – ୧,୦୦୮୫୬(ବିଜୟୀ)
ବିଜେପି : ରମେଶ ପରିଡା- ୪୮,୩୧୨
କଂଗ୍ରେସ :ସ୍ମୃତିରେଖା ପହି -୧୮,୫୩୧

ଯାଜପୁର

ବିଜେଡି : ପ୍ରଣବ ପ୍ରକାଶ ଦାସ- ୮୧,୨୨୨
ବିଜେପି : ଗୌତମ ରାୟ-୪୩,୯୪୫

କୋରେଇ

ବିଜେଡି : ଅଶୋକ ବଳ- ୭୩,୦୯୦
ବିଜେପି : ବିଶ୍ୱଜିତ ନାୟକ- ୪୨,୨୬୨
କଂଗ୍ରେସ : ବନ୍ଦିତା ପରିଡା-୨୮,୬୮୫

ସୁକିନ୍ଦା

ବିଜେଡି :ପ୍ରୀତିରଂଜନ ଘଡେଇ -୭୬,୩୯୮ (ବିଜୟୀ)
ବିଜେପି : ପ୍ରଦୀପ ବଳସାମନ୍ତ -୫୯,୮୪୪
କଂଗ୍ରେସ : ଶରତ ରାଉତ-୧୮,୪୪୪

ବିଝାଂରପୁର ବିଧାନସଭାରୁ ବିଜେଡି ପ୍ରାର୍ଥୀ- ପ୍ରମିଳା ମଲ୍ଲିକ ବିଜୟ ହାସଲ କରିଥିବା ବେଳେ ଯାଜପୁର ବିଧାନସଭାରୁ ବିଜେଡି ପ୍ରାର୍ଥୀ-ପ୍ରଣବ ପ୍ରକାଶ ଦାସ(ବବି), କୋରାଇ ବିଧାନସଭାରୁ ବିଜେଡି ପ୍ରାର୍ଥୀ-ଅଶୋକ ବଳ, ସୁକିନ୍ଦା ବିଧାନସଭାରୁ ବିଜେଡି ପ୍ରାର୍ଥୀ- ଇଂ ପ୍ରିତିରଞନ ଘଡାଇ(ଡ୍ୟାନି) ଧର୍ମଶଳା ବିଧାନସଭାରୁ ବିଜେଡି ପ୍ରାର୍ଥୀ-ପ୍ରଣବ ବଳବନ୍ତ ରାୟ, ବଡଚଣା ବିଧାନସଭାରୁ ବିଜେଡି ପ୍ରାର୍ଥୀ-ଅମର ଶତପଥୀ ଓ ବରୀ ବିଧାନସଭାରୁ ବିଜେଡି ପ୍ରାର୍ଥୀ-ସୁନନ୍ଦା ଦାସ ଓ ଲୋକସଭା ଆସନରୁ ସରମିଷ୍ଟା ସେଠୀ ଧ୍ୱଜ ଉଡାଇବାରେ ସଫଳ ହୋଇଛନ୍ତି।

Related Posts

About The Author

Add Comment