AIIMS ର ଡାକ୍ତର ଜେଏନ୍‌ ପାଣ୍ଡେଙ୍କର କରୋନାଭାଇରସ୍ ସଂକ୍ରମଣରେ ମୃତ୍ୟୁ

Spread the love

ନୂଆଦିଲ୍ଲୀ, , ୨୩/୦୫/୨୦ (ସନ୍ଧାନ ନିଉଜ) : ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ପୁଲମୋନୋଲୋଜି ବିଭାଗର ନିର୍ଦ୍ଦେଶକ ଡାକ୍ତର ଜେଏମ୍ ପାଣ୍ଡେଙ୍କର କରୋନାଭାଇରସରେ ମୃତ୍ୟୁ ଘଟିଛି। ଏ ନେଇ ଦିଲ୍ଲୀର ଜଣେ ବରିଷ୍ଠ ଡାକ୍ତର ତଥା ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇଜେସ୍ ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶିକା ସଙ୍ଗିତା ରେଡ୍ଡୀ ଏକ ଟୁଇଟ୍ ଜରିଆରେ ଏହି ଖବର ସେୟାର କରିଛନ୍ତି।

ସୂଚନାଯୋଗ୍ୟଯେ, ଦିଲ୍ଲୀରେ ଏପର୍ଯ୍ୟନ୍ତ କରୋନାରେ ୨୦୮ ମୃତ୍ୟୁ ହୋଇଛି ଏବଂ ୧୨,୩୧୯ ଜଣ କରୋନାଭାଇରସ୍ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ର, ତାମିଲନାଡୁ ଏବଂ ଗୁଜୁରାଟ ପରେ ଏହା ଦେଶର ଚତୁର୍ଥ କ୍ଷତିଗ୍ରସ୍ତ ରାଜ୍ୟ।

Related Posts

About The Author

Add Comment