ADR ରିପୋର୍ଟରେ ରାଜ୍ୟ ସରକାରଙ୍କୁ ଝଟ୍‌କା, ରିପୋର୍ଟ କହିଲା ମୌଳିକ ସୁବିଧା ପାଉନାହାନ୍ତି ଲୋକ

Spread the love

ଭୁବନେଶ୍ୱର, ୪/୪ (ସନ୍ଧାନ ନିୟୁଜ) : (IYA NEWS)ରାଜ୍ୟ ସରକାରଙ୍କ ପୋଲ୍‌ ଖୋଲିଲା ଏଡିଆର୍‌ ରିପୋର୍ଟ । ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଲୋକଙ୍କ ହିତ କରୁଛନ୍ତି ବୋଲି ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହାର ପର୍ଦ୍ଦାଫାସ୍‌ କରିଛି ଏଡିଆର୍‌ ରିପୋର୍ଟ । ଗରିବ ଲୋକଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଭିନ୍ନ ଯୋଜନା ଖଞ୍ଜିଛନ୍ତି । ଏଥିରେ ଓଡ଼ିଶାବାସୀ ଅନେକ ଉପକୃତ ହେଉଛନ୍ତି ବୋଲି ରାଜ୍ୟ ସରକାର ଡେଙ୍ଗୁରା ପଟୁଛନ୍ତି। କିନ୍ତୁ ବାସ୍ତବରେ ଏହା ନବୀନ ସରକାରଙ୍କ ମିଥ୍ୟା ପ୍ରଚାର ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ।

ନବୀନ ସରକାର 19 ବର୍ଷ କ୍ରମାଗତ ଭାବେ ଶାସନ କରିଥିବା ବେଳେ ଲୋକଙ୍କ ନିକଟରେ ମୌଳିକ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛନ୍ତି । ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର) ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ସ୍ପଷ୍ଟ ଭାବେ ଦର୍ଶାଯାଇଛି । ରିପୋର୍ଟ ଅନୁଯାୟୀ ରାଜ୍ୟରେ ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟୋସେବା ଯୋଗାଇବାରେ ବିଜେଡି ସରକାର ବିଫଳ ହୋଇଛନ୍ତି ।

ସାଧାରଣ ଲୋକମାନେ ସବୁବେଳେ ନିଯୁକ୍ତି, ରାସ୍ତା ଓ ପାନୀୟ ଜଳ ସହଜରେ ପାଇବା ପାଇଁ ସୁବିଧା ସୁଯୋଗ ଖୋଜିଥାନ୍ତି । ମୁଖ୍ୟତଃ ଏହା ହିଁ ସବୁ ଭୋଟରଙ୍କ ପ୍ରଥମ ଆଶା ରହିଥାଏ । ତେବେ ଲୋକଙ୍କ ଏହି ତିନୋଟି ଦାବି ପୂରଣ କରିବାରେ ସରକାର ଆଶାନୂରୁପ ଫଳ ପ୍ରଦର୍ଶନ କରିପାରି ନାହାନ୍ତି ।

ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ଲୋକଙ୍କ ଆଶା ଥାଏ ତାଙ୍କୁ କିଭଳି ସୁବିଧାରେ ଚାଷ ପାଇଁ ପାଣି ଓ ପାନୀୟ ଜଳ ସୁବିଧାରେ ଉପଲବ୍ଧ ହେଉ । କିନ୍ତୁ ଏହା ମଧ୍ୟ ସରକାର ପୂରଣ କରିବାରେ ବିଫଳ ହୋଇଛନ୍ତି । ଏହା ଆମେ ମନରୁ କହୁ ନାହୁଁ, ସର୍ଭେ କରାଯାଇ ଏଡିଆର୍‌ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏହା ଦର୍ଶାଯାଇଛି। ତେବେ ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାରଙ୍କୁ ଜଳ ଯୋଗାଣରେ 5ରୁ 2.47 ମାର୍କ ମିଳିବ । ସେହିଭଳି ପାନୀୟ ଜଲ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ 5ରୁ 2.32 ମାର୍କ ମିଳିବ । ନିଯୁକ୍ତି କ୍ଷେତ୍ରରେ 5ରୁ 2.27 ମାର୍କ ମିଳିବ । ଏଭଳି ରେଜଲ୍ଟକୁ ରାଜ୍ୟ ସରକାରଙ୍କ ବିଫଳତା ବୋଲି ହିଁ କୁହାଯାଇପରେ ।

ଅନ୍ୟପଟେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଓ ଡାକ୍ତରଖାନାରେ ବିଭିନ୍ନ ସୁବିଧା ଯୋଗାଇବାରେ ରାଜ୍ୟ ସରକାରଙ୍ କୁ 5ରୁ 2.14 ମାର୍କ ମିଳିବ । ସେହିଭଳି ସଡ଼କ ସୁବିଧା ଯୋଗାଇବାରେ5ରୁ 2.32 ମାର୍କ ଦିଆଯାଇଛି । ସବୁଠାରୁ ମୁଖ୍ୟ ହେଉଛି କୃଷି  ତଥା ଛୋଟ ଶିଳ୍ପ ପାଇଁ ସରକାର ଉପଯୁକ୍ତ ବିଦ୍ୟୁତ ଯୋଗାଇପାରୁ ନାହାନ୍ତି । ଏହି କ୍ଷେତ୍ରରେ 5ରୁ 2.45 ମାର୍କ ମିଳି । ଏଭଳି ରେଜଲ୍ଟକୁ ଆମେ ସରକାରଙ୍କ ବିଫଳତା ବୋଲି ହିଁ କହିପାରିବା ।

ସହରାଞ୍ଚଳରେ ମଧ୍ୟରେ ଲୋକଙ୍କ ସମାନ ଦାବି ରହିଛି । ସେମାନଙ୍କୁ କଭଳି ସ୍ୱଚ୍ଛ ପାନୀୟ ଜଳ ମିଳୁ ଏବଂ ସ୍ୱାସ୍ଥ୍ୟ ସେବା ଏବଂ ପରିବହନ ପାଇଁ ଭଲ ରାସ୍ତା ଯୋଗାଇ ଦିଆଯାଉ । ତେବେ ସହରାଞ୍ଚଳରେ ମଧ୍ୟ ରାଜ୍ୟ ସରକାର ଏହି ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି ।

ସାଧାରଣ ନିର୍ବାଚନ ପୂର୍ବରୁ ଏଡିଆର ରିପୋର୍ଟ ପ୍ରକାଶ ପାଇବା ବିଜେଡି ପାଇଁ ଏକ ବଡ଼ ଘାଟା ହୋଇପାରେ । କାରଣ ରାଜ୍ୟ ସରକାରଙ୍କ ଅନେକ ମିଛ ଉପରୁ ଏହି ରିପୋର୍ଟ ପଦ୍ଦାଫାସ୍‌ କରିଛି ।

ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ ୧୦,୫୦୦ ଲୋକଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା । ୨୦୧୮ ଅକ୍ଟୋବର ଓ ଡିସେମ୍ବର ମାସରେ ଏହି ସର୍ଭେ କରାଯାଇଥିଲା ।

Related Posts

About The Author

Add Comment