ACF ସୌମ୍ୟରଞ୍ଜନ ମୃତ୍ୟୁ ହତ୍ୟା ନୁହେଁ ଏକ ଦୂର୍ଘଟଣା: କ୍ରାଇମବ୍ରାଞ୍ଚ

Spread the love

ପାରଳାଖେମୁଣ୍ଡି, 8/10 ( ସନ୍ଧାନ ନ୍ୟୁଜ): ବହୁ ଚର୍ଚ୍ଚିତ ବନ ଅଧିକାରୀ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଖୁଲାସା । ଏହା ହତ୍ୟା ନୁହେଁ ଏକ ଦୂର୍ଘଟଣା ବୋଲି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ଏହି ମାମଲାର ପୁରା ତଦନ୍ତ ରିପୋର୍ଟର ଖୁଲାସା କରି ପ୍ରେସମିଟ୍ କରି ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ଏହି ମାମଲାରେ ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ନାମରେ ସୌମ୍ୟଙ୍କ ପରିବାର ଲୋକ ସିଧାସଳଖ ଅଭିଯୋଗ ଆଣିଥିବା ବେଳେ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କୁ କ୍ଲିନଚିଟ୍ ଦିଆଯାଇଛି ।

ଏହି ଘଟଣାରେ କାହାର ମଧ୍ୟ ସମ୍ପୃକ୍ତ ନାହିଁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇ କହିଛନ୍ତି । ଏହା ସହିତ ଏହା ଏକ ହତ୍ୟା ଘଟଣା ନୁହେଁ ବରଂ କେବଳ ମାତ୍ର ଏକ ଦୂର୍ଘଟଣା ବୋଲି ସଞ୍ଜୀବ ପଣ୍ଡା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

ତେବେ ସମସ୍ତ ତଦନ୍ତ ସହିତ ମୃତ୍ୟୁକାଳୀନ ଜମାନବନ୍ଦୀରୁ ଏହା ସ୍ପଷ୍ଟ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ସଫେଇ ଦେଇଛି । ଅନ୍ୟପଟେ ବିଦ୍ୟାଭାରତୀ ଓ ଡିଏଫଓଙ୍କ ମଧ୍ୟରେ ମଧ୍ୟ କୌଣସି ଅନୈତିକ ସମ୍ପର୍କ ନଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

ତଦନ୍ତ ଅନୂଯାଇ ସୌମ୍ୟ ରଞ୍ଜନଙ୍କ କ୍ୱାଟରରେ ଏହି ଘଟଣା ଘଟିଥିବା ବେଳେ ସୌମ୍ୟ ଜଳୁଥିବା ସମୟରେ ବିଦ୍ୟାଭାରତୀ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସୌମ୍ୟଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଆସୁଥିବା ବେଳେ ବର୍ତ୍ତମାନ କ୍ରାଇମବ୍ରାଞ୍ଚର ଏହି ତଦନ୍ତ ରିପୋର୍ଟ କେତେ ଭରଷା ଯୋଗ୍ୟ ତାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି ।

ପ୍ରଥମରୁ ଏହି ମାମଲାକୁ ଭିନ୍ନ ମୋଡ ଦେଇ ତଦନ୍ତକୁ ବାଟବଣା କରାଯାଉଛି ବୋଲି ଅଭିଯୋଗ ଆଣିଥିଲେ ମୃତ ସୌମ୍ୟ ରଞ୍ଜନଙ୍କ ବାପା ।

Related Posts

About The Author

Add Comment