ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ରହିଥିବା ଅଭିଯୋଗ ଆଣିଲା କଂଗ୍ରେସ, କୌଣସି ତ୍ରୁଟି ନାହିଁ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ

Spread the love

ନୂଆଦିଲ୍ଲୀ, ୧୧/୪ (ସନ୍ଧାନ ନିୟୁଜ) ଉତ୍ତରପ୍ରଦେଶର ଆମେଥି ଲୋକସଭା ମଣ୍ଡଳୀ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରାର୍ଥୀପତ୍ର ଦାଖଲ ପରେ ସେଠାରେ ଉପସ୍ଥିତ ସମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ତାଙ୍କ କପାଳ ଓ ମୁହଁର ଡାହଣ ପାର୍ଶ୍ୱରେ ଏକ ସବୁଜ ରଙ୍ଗର ଲେଜର ଆଲୋକ ବାରମ୍ବାର ପଡ଼ୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ କଂଗ୍ରେସ ଦଳ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇ ଏହା ଲେଜର୍ ଗନ୍ ବା ସ୍ନାଇପର୍ ଗନ୍ ଆଲୋକ ଥିବା ଦର୍ଶାଇ ରାହୁଲଙ୍କ ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ରହିଥିବା ଅଭିଯୋଗ କରି କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ନିକଟକୁ ପତ୍ର ଲେଖାଯିବା ସହ ଏହାର ତଦନ୍ତ କରିବାକୁ କୁହା ଯାଇଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ନଥିବା ସହ ଅତ୍ୟନ୍ତ ସୁଦୃଢ଼ ଓ ମଜବୁତ୍ ରହିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏହି ଘଟଣାର ବିଧିବଦ୍ଧ ଯାଞ୍ଚ କରାଯିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁହଁ ଉପରେ ଯେଉଁ ସବୁଜ ଆଲୋକ ପଡ଼ିଥିଲା, ତାହା କୌଣସି ଲେଜର୍ ଗନ୍ ବା ସ୍ନାଇପର୍ ଗନ୍ର ଆଲୋକ ନଥିଲା ବରଂ କଂଗ୍ରେସ ପକ୍ଷରୁ ନିଯୁକ୍ତ ଫଟୋଗ୍ରାଫର ନିଜ ମୋବାଇଲ ଫୋନ୍ରେ ରାହୁଲ ଗାନ୍ଧୀଙ୍କ ଫଟୋ ଉଠାଉ ଥିବା ବେଳେ ତାହାର ସବୁଜ ଆଲୋକ ରାହୁଲ ଗାନ୍ଧୀଙ୍କ ମୁହଁ ଓ କପାଳ ଉପରେ ପଡ଼ିଥିଲା।

Related Posts

About The Author

Add Comment