ନବଜାଗରଣ ପରିଷଦ ପକ୍ଷରୁ ଉକ୍ରଳ ଦିବସ ପାଳନ

Spread the love

ଚଣ୍ଡିଖୋଲ, ୨/୪ (ସନ୍ଧାନ ନିୟୁଜ) : ନବଜାଗରଣ ପରିଷଦ ବଡ଼ଚଣା ପକ୍ଷରୁ ୮୪ ତମ ଉକ୍ରଳ ଦିବସ ଓ ନବମ ବାଷିକ ଉତ୍ସବ ସ୍ଥାନୀୟ ନିଖିଳ ଉକ୍ରଳ ଶିଶୁମେଳା ପାଠାଗାର ଠାରେ ଉକ୍ରଳ ଦିବସ ପାଳିତ ହୋଇଥିଲା । ଏଠାରେ କବି ତୁହିନାଂଶୁ ରଥ ସଭାପତିତ୍ୱ ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ କାମଦେ ଶତପଥୀ ଯୋଗ ଦେଇ ମାଁ, ମାଟି ଓ ମାତୃଭୁମି ସହିତ ଉକ୍ରଳ ଗୌରବ ମଧୁସୁଦନ , ଫକିର ମୋହନ ସେନାପତି, ଉକ୍ରଳମଣୀ ଗୋବବନ୍ଧୁ ଦାସ ଓ କୃଷ୍ଣଚନ୍ଦ୍ର ଗତପତିଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ଆଜିର ଯୁବପୀଢୀମାନେ ଓଡ଼ିଶାର କୌରବମୟ, ଐତିହ୍ୟ ,ପରମ୍ପାରା ଓ ଭାଷା ସହିତ୍ୟ ସୁରକ୍ଷାକୁ ଉଦ୍ୟିବିତ କରିବାକୁ ଆଗେଇ ଆସିବାକୁ ମତବ୍ୟକ୍ତ କରିଥିଲେ । ଗୋକର୍ଣ୍ଣିକା ସମ୍ପାଦକ ରମାକାନ୍ତ ଜେନା, ମୁଖ୍ୟ ବକ୍ତା ଓ ହୋଲିଜେସସ୍ର ଅଧ୍ୟକ୍ଷ କାମିନି ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସମାଜସେବୀ କିଶୋର ବାରିକ୍, ପରିବେଶବିତ୍ ଶ୍ରୀନିବାବସ ଜେନା, ଅଧ୍ୟାପକ ରବିନ୍ଦ୍ର ବିହାରୀଙ୍କୁ ସମ୍ବେର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଅଧ୍ୟାପକ ଅରୁଣ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମ୍ପାଦକ ଡ଼ଃ ପ୍ରୀୟନାଥ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟାପକ ରମେଶ ଚନ୍ଦ୍ର ସିଂ, ଡ଼ଃ ବିଶ୍ୱଜିତ ମହାପାତ୍ର, ଯୁଚିନ୍ଦ୍ର ଜେନା, ଅଧ୍ୟାପକ ମହେଶ୍ୱର ପାଢୀ, ଅନ୍ତ ଚରଣ ସେଣ୍ଡ, ସଂଗ୍ରାମ ଜେନା, ରମାକାନ୍ତ ପଣ୍ଡା , ଅମ୍ରୀତ କୁମାର ନାୟକ ପର୍ମୁଖ ଉକ୍ରଳ ଦିବସ ଉପେ ରଆଲୋଚନା କରିଥିଲେ । ଶେଷରେ ପ୍ରମିଲ୍ଲା ପ୍ରତାପ ଧନ୍ୟବାଦ ଦେଇଥିଲେ । ସ୍ଥାନୀୟ ଗାନ୍ଧିଉକ ସ୍ଥିତ ବୀଣାପାଣୀ କଳା ପରିଷଦର ଛାତ୍ରଛାତ୍ରୀମାନେ ଜାତୀୟ ସଂଙ୍ଗୀତ ଓ ସ୍ୱାଗତ ସଙ୍ଗୀତ ପରିବେଶଣ କରିଥିଲେ ।

Related Posts

About The Author

Add Comment