ସିନେମା ସୁଟିଂ ସମୟରେ ହେଲା ବିସ୍ଫୋରଣ, ମା’ ଓ ପାଞ୍ଚ ବର୍ଷ ଶିଶୁର ଘଟଣାସ୍ଥଳରେ ମୃତ୍ୟୁ

Spread the love

ବେଙ୍ଗାଲୁରୁ, ୩୦/୩ (ସନ୍ଧାନ ନିୟୁଜ): କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ କନ୍ନଡ ସିନେମାର ସୁଟିଂ ସମୟରେ ବିସ୍ଫୋରଣ ଘଟି ୫ବର୍ଷ ଶିଶୁ ଓ ତା’ର ମା’ର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଏହି ଘଟଣା ଶୁକ୍ରବାର ସନ୍ଧ୍ୟାରେ କାର ଷ୍ଟଣ୍ଟର ଦୃଶ୍ୟର ସୁଟିଂ କରାଯାଉଥିଲା। ଏହି ସମୟରେ ସେଠାରେ ଥିବା ସିଲିଣ୍ଡର ବ୍ଲାଷ୍ଟ ହେବା ଫଳରେ ଘଟିଛି। ଏହି ବିସ୍ଫୋରଣରେ ସେଠାରେ ସୁଟିଂ ଦେଖୁଥିବା ମା’ ଓ ଶିଶୁର ମୃତ୍ୟୁ ହୋଇଯାଇଥିଲା। ମୃତ ମହିଳାଙ୍କ ନାମ ସୁମନ ବାନୁ (୨୮) ବୋଲି ଜଣାପଡ଼ିଥିବା ବେଳେ ପାଞ୍ଚ ବର୍ଷ ଶିଶୁର ନାମମ ଆଇସା ବାନୁ ବୋଲି କୁହାଯାଉଛି।

ସୁଟିଂ ଦେଖୁଥିବା ଲୋକମାନଙ୍କ କହିବାନୁସାରେ, ସମ୍ପୂର୍ଣ୍ଣ ପରିବାର ସିନେମା ‘ରାନମ’ର ସୁଟିଂ ଦେଖୁଥିଲେ। ଏହି ସମୟରେ ଆକସ୍ମିକ ଭାବେ ସିଲିଣ୍ଡର ଫାଟିବା ହେତୁ ମା’ ତା’ର ପାଞ୍ଚ ବର୍ଷ ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଝିଅ ଗୁୁୁରୁତର ଆହତ ହୋଇଛି। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣରେ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି। କିନ୍ତୁ ତାଙ୍କ ପରିଚୟ ଏଯାବତ୍‌ ମିଳି ନଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Related Posts

About The Author

Add Comment