ମହଣ ଗ୍ରାମରୁ ଶିବଲିଙ୍ଗ ଆବିଷ୍କୃତ

Spread the love

କଟକ, ୨୯/୩ (ସନ୍ଧାନ ନିୟୁଜ) କଟକ ଜିଲ୍ଲା ସାଲେପୁର ବ୍ଲକ ମହଣ ଗ୍ରାମରୁ ଆଜି ଦିନ ୯ଟା ବେଳେ ଏକ ଶିବଲିଙ୍ଗ ମାଟିତଳୁ ଆବିଷ୍କୃତ ହୋଇଛି । ପରେ ଶିବ ଲିଙ୍ଗ ଦେଖିବାକୁ ଗ୍ରାମବସୀଙ୍କ ଭିଡ ଲଗାଇଥିବା ବେଳେ ପୂଜାର୍ଚ୍ଚନା କରାଯାଉଛି । ସୂଚନା ମୁତାବକ ସେହି ଗ୍ରାମର ମହମ୍ମଦ ଇୟାମ୍ମଦଙ୍କ ବିଲକୁ ବାବୁଲି ନାମକ ବ୍ୟକ୍ତି ଭାଗରେ ଆଣି କଖାରୁ ଚାଷ କରୁଛନ୍ତି । ଆଜି କଖାରୁ ଗଛରେ ପାଣି ଦେବା ପାଇଁ ନାଳ ଖୋଳୁଥିବା ବେଳେ ଶିବ ଲିଙ୍ଗର ସନ୍ଧାନ ପାଇଥିଲେ । ପରେ ଖବର ପ୍ରଚାରିତ ହେବା ପରେ ଦେଖିବାକୁ ବହୁ ଲୋକଙ୍କ ଭିଡ ଦେଖାଦେଇଥିଲା । ତେବେ ଶିବ ଲିଙ୍ଗଟିର ଉଚ୍ଚତା ୧୦ସେଂଟିମିଟର ଏବଂ ଗୋଲେଇ ୨.୫ପୁଟ ହେବ ବୋଲି କୁହାଯାଉଛି । ଏପରକି ସେଠାରେ ବଉଳମାଳିଆ ପଥର ଉପରେ ଶିବ ଲିଙ୍ଗଟି ରହିଥିବା ଦେଖିବାକୁ ମିଳିଛି । ତେବେ ଏହି ବିଷୟ ଗ୍ରାମବାସୀ ରେଭେନ୍ସାରେ ଗବେଷକ ମାନସ କୁମାର ରାଉତଙ୍କ ଜଣାଇଥିବା ବେଳେ ସେ ସେଠାରେ ଏକ ମନ୍ଦିର ରହିଥିବା ବେଳେ ଏହା ମନ୍ଦିରର ଗର୍ଭଗୃହ ଭିତରର ବୋଲି ସୂଚନା ଦେଇଛନ୍ତି । ଏପରିକି ମନ୍ଦିର ଉଚ୍ଚତା ବେଶି ଅଧିକ ହେବ ନାହିଁ ବୋଲି ସେ ଆକଳନ କରିବା ସହିତ ଏହା ୧୨ଶହ ଖୀଷ୍ଟାଦ୍ଧରୁ ୧୪ଶହ ଖୀଷ୍ଟାଦ୍ଧ ମଧ୍ୟରେ ହେବ ବୋଲି ଅନୁମାନ କରିଛନ୍ତି । ତେବେ ଏହି ଅଂଚଳରେ ଆହୁରି ଅନେକ ମନ୍ଦିର ନଷ୍ଟ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହା ଉପରେ ଅଧିକ ଗବେଷଣା କରାଗଲେ ଏହାର ଧାର୍ମିକ ପରମ୍ପରା ସହିତ ଓଡିଶା ଇତିହାସରେ ଲୁକାୟିତ ଥିବା ଅନେକ ତଥ୍ୟ ପଦାକୁ ଆସିପାରିବ ବୋଲି ଶ୍ରୀ ରାଉତ କହିଛନ୍ତି ।

Related Posts

About The Author

Add Comment