ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ୨୯ରେ ଜୟପୁର, ଏପ୍ରିଲ ୧ରେ ଭବାନୀପାଟଣା

Spread the love

ଭୁବନେଶ୍ୱର, ୨୪/୩ (ସନ୍ଧାନ ନିୟୁଜ) : ଆସନ୍ତା ମାର୍ଚ୍ଚ ୨୯ ତାରିଖ ଏବଂ ଏପ୍ରିଲ ୧ ତାରିଖ ଦିନ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୨୯ ତାରିଖ ଶୁକ୍ରବାର ଦିନ ଜୟପୁରଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ। ସେହିପରି ଏପ୍ରିଲ ୧ ତାରିଖ ସୋମବାର ଦିନ ପ୍ରଧାନମନ୍ତ୍ରୀ କଳହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଏକ ଜନସଭାକୁ ଉଦବୋଧନ କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଆସନ୍ତା ମାର୍ଚ୍ଚ ୨୬ ତାରିଖ ଦିନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂହ ଚୌହାନ ଓଡିଶା ଗସ୍ତରେ ଆସୁଛନ୍ତି। ସେହିପରି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ, ସ୍ୱାଧୀନ ରାଷ୍ଟ୍ର ଶକ୍ତି ମନ୍ତ୍ରୀ ରାଜ କୁମାର ସିଂହ, ସାସଂଦ ତଥା ବିଜେପି ଜନଜାତି ମୋର୍ଚ୍ଚା ସଭାପତି ରାମବିଚାର ନେତମ ଏବଂ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ପ୍ରମୁଖ ଓଡିଶା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ବିଜୟ ସଂକଳ୍ପ ସମାବେଶ ସଭାରେ ଯୋଗଦେବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Related Posts

About The Author

Add Comment