୬ଷ୍ଠ ଦିବସରେ ନବଦିନାତ୍ମ ସୁରଭି ମହାଯଜ୍ଞ, ଗୋ-ସମ୍ପଦ ସୁରକ୍ଷା ଉପରେ ଗୁରୁତ୍ୱାରୋପ

Spread the love

ରସୁଲପୁର,୧୬/୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ସୀମାବର୍ତ୍ତି ନିଳକଣ୍ଠପୁର ପୋତା ପଡିଆରେ ଅନୁଷ୍ଟିତ ନବ ଦିନାତ୍ମକ ସୁରଭି ମହାଯଜ୍ଞ ଉତ୍ସବର ଷଷ୍ଠ ଦିବସରେ ହିନ୍ଦୁ ଧର୍ମର ଗୋସମ୍ପଦର ମହାତ୍ମ୍ୟ ଉପରେ ପରିବେଷିତ ପ୍ରବଚନ ଶ୍ରଦ୍ଧାଳୁଙ୍କ ମନକୁ ବେସ୍ ଛୁଇଁପାରିଛି । ଶ୍ରୀ ଜଗନ୍ନଥ ଜ୍ୟେତି ନିକେତନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଯଜ୍ଞ ଉତ୍ସବରେ ଦିନକୁ ଦିନ ଯଜ୍ଞ ଉତ୍ସବ ସ୍ଥଳରେ ଶ୍ରଦ୍ଧାଳୁଙ୍କ ଭିଡ ବଢିବାକୁ ଲାଗିଛି । ସୁରଭି ପାରମ୍ପାରିକ ରିତୀନିତୀ ଅନୁସାରେ ଯଜ୍ଞ କାର୍ଯ୍ୟସମ୍ପନ୍ନ ହେଉଛି । ପ୍ରାତଃ ସମୟରେ ଯଜ୍ଞ ମଣ୍ଡପରୁ ପଣ୍ଡିତ ମାନଙ୍କର ମନ୍ତ୍ର ଉଚାରଣରେ ସମଗ୍ର ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି । ଯଜ୍ଞ ମଣ୍ଡପକୁ ଦିନସାରା ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ପ୍ରଭୁ ସୁରଭି ଠାକୁରଙ୍କ ନିକଟରେ ସକାଳ ଧୂପ ଓ ସନ୍ଧ୍ୟା ଆରତୀ ସମୟରେ ମହିଳା ଭକ୍ତଙ୍କର ବିଶେଷ ସମାଗମ ହେଉଛି । ସନ୍ଧ୍ୟାରେ ମୁନିଋଷି ସାଧୁ ସନ୍ଥଙ୍କ ଦ୍ୱାରା ପ୍ରଦତ୍ତ ପ୍ରବଚନ ବରିଷ୍ଠ ନାଗରିକଙ୍କୁ ଯଜ୍ଞ ସ୍ଥଳରେ ବାନ୍ଧୀ ରଖୁଛି । ଆଜିର ସଷ୍ଠ ସନ୍ଧ୍ୟାରେ ପ୍ରଜ୍ଞା ପୁରୁଷ କାମଦେବ ଶତପଥି (ଯାଜପୁରର ବ୍ୟାସ), ପୁଜ୍ୟ ସନ୍ଥ ବିପିନ ବିହାରୀ ଦାସ ଙ୍କ ଦ୍ୱାରା ଗୋମାତା ଙ୍କ ମହିମା ଓ ପୂଜା ଉପଚାର ଉପରେ ପ୍ରବଚନ ପ୍ରଦାନ କରିଥିଲେ । ଏଥିସହ ଧର୍ମ ସଂସ୍କୃତି ଉପରେ ମଧ୍ୟ ପ୍ରବଚନ ପ୍ରଦାନ କରିଥିଲେ । ଏଥିସହ ଧର୍ମ ସଂସ୍କୃତି ଉପରେ ଆଧାରିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତ୍ୟହ ସନ୍ଧ୍ୟାରେ ଆୟୋଜନ କରାଯାଉଛି । ଝାଲପଡା, ନିଳକଣ୍ଠ ପୁର, କାକୁଡିକୁଦ ଗ୍ରାମର ମୁରବି ସ୍ୱେଚ୍ଛାସେବୀ ଓ ସରପଂଚ ଯଜ୍ଞ କାର୍ଯ୍ୟକୁ ପରିଚାଳନାରେ ସହଯୋଗ କରୁଛନ୍ତି ।

Related Posts

About The Author

Add Comment