ହତୀ ଆକ୍ରମଣରେ ଜଣଙ୍କର ଜୀବନ ଗଲା

Spread the love

ଢ଼େଙ୍କାନାଳ ୧୩ /୩ (ସନ୍ଧାନ ନିୟୁଜ) ପୁଣି ଢ଼େଙ୍କନାଳରେ ମାତିଲେ ଗଜରାଜ । ହତୀ ଆକ୍ରମଣରେ ଅକାଳରେ ଚାଲିଗଲା ଜଣଙ୍କର ଜୀବନ । ବୁଧବାର ସକାଳେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ପଶ୍ଚିମାଞ୍ଚଳ କଦଳୀପାଳ ଗାଁର ୫୫ ବର୍ଷୀୟ ଗୌରାଙ୍ଗଙ୍କ ଜୀବନ ଚାଲିଯାଇଛି । ସକାଳେ ସେ ଜଙ୍ଗଲକୁ ଲାଗିଥିବା ତାଙ୍କ ଘରପଛ ଆଡ଼ ବାରିରେ ଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଥୋଡ଼ପାହାଡ଼ରେ ଉଠାଇ ଫିଙ୍ଗିବା ସହ ଗୋଡ଼ରେ ଦଳି ପକାଇଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ସକାଳ ୮ଟାରେ ଘଟିଥିଲେ ବି ସରକାରୀ ଅଧିକାରୀମାନେ ୧୦ଟା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ବାରମ୍ବାର ଏଭଳି ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ହେଉଥିବା ଅଭିଯୋଗ କରିବା ପରେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଉନାହିଁ । ଏଣୁ ଆଜି ଗୌରାଙ୍ଗଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକ ଭାଲୁମୁଣ୍ଡା-ସାନ୍ଦା ରାସ୍ତା ଅବରୋଧ କରିଥିଲେ । ଫଳରେ ଉଭୟ ପାଶ୍ୱର୍ରେ ବହୁ ଗାଡି ମଟର ଅଟକି ରହିଥିଲା । ଏହାପରେ ସ୍ଥାନୀୟ ରେଞ୍ଜର ଏବଂ ଥାନା ଅଧିକାରୀ ଆସି ଉତ୍ୟକ୍ତ ଲୋକଙ୍କୁ ପ୍ରତିଶ୍ରୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

ଏଠାରେ ପ୍ରଶ୍ନ ଉଠିଛି ବନ ବିଭାଗର କାର୍ଯ୍ୟ ଉପରେ । ସ୍ଥାନୀୟ ଅଞ୍ଚଳକୁ ସବୁବେଳେ ଜଙ୍ଗଲୀ ଆସି ବହୁ କ୍ଷତି କରୁଥିବା ଅଭିଯୋଗ କରିଥିଲେ ମଧ୍ୟ ବାବୁମାନେ ଏଥିପ୍ରତି କର୍ଣ୍ଣପାତ କରି ନାହାଁନ୍ତି । ପୂର୍ବରୁ ବନ ବିଭାଗର ଅସାବଧାନତା ପାଇଁ ବହୁ ଲୋକଙ୍କ ଜୀବନ ଯାଇଛି । ଏବଂ କେତେକ ସ୍ଥାନରେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ହାତୀଙ୍କ ଜୀବନ ଯାଇଛି ।

Share Subscribe 

Report- Manas Rout

Related Posts

About The Author

Add Comment