ନିମ୍ନମାନର ସେତୁକୁ ରାତି ଅଧିଆ ମରାମତି, କାର୍ଯ୍ୟର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ

Spread the love

ଯାଜପୁର, ୧୦/୩ (ସନ୍ଧାନ ନିୟୁଜ/ ଜେ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ଗ୍ରାମ ଓ ଧର୍ମଶାଳା ବ୍ଲକର କୁସ୍ତିରା ଗ୍ରାମକୁ ସଂଯୋଗ କରୁଥିବା ସେତୁର ମରାମତି କାର୍ଯ୍ୟ ଆଜି ରାତି ଅଧିଆ କରାଯାଉଛି । ଠିକାଦାର ପକ୍ଷରୁ କରାଯାଉଥିବା ମରାମତି କାର୍ଯ୍ୟକୁ ନେଇ ସ୍ଥାନୀୟ ଜନସାଧାରଣ ଆପତ୍ତି ଉଠାଇଛନ୍ତି । ପୋଲ ନିର୍ମାଣ ଦାଇତ୍ୱରେ ଥିବା ଠିକାଦାର ବିରଜା କଷ୍ଟ୍ରକସନ ଲୋକଙ୍କ ଦୃଷ୍ଟି ଆଢୁଆଳରେ କାର୍ଯ୍ୟ କରିବାକୁ ଚାହୁଁଛି । ଏ ଦିଗରେ ବିଭାଗ ପକ୍ଷରୁ ସହଯୋଗ କରାଯାଉଛି । ଦିନବେଳା କାର୍ଯ୍ୟ କଲେ ସାଧାରଣ ଲୋକେ ଠିକାଦାରକୁ ଘେରିବାର ଭୟ ରହିଥିବାରୁ ଏଭଳି କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ପ୍ରକାଶ ଯେ ୧୯ ଫେବୃଆରୀରେ କଲଣ-କୁସ୍ତିରାକୁ ସଂଯୋଗ କରୁଥିବା ଅଧାଗଢା ଓ ନିମ୍ନାମର ସେତୁକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ପୋଲ ନିର୍ମାଣ ନିମ୍ନମାନର ହୋଇଥିବାରୁ ଛାତରୁ ବାଲି,ଚିପ୍ସ, ସିମେଂଟ ଉଠିଯଇଥିଲା । ଉଦ୍ଘାଟନ ଉତ୍ସବ ସେତୁଠାରୁ ଅନୁ୍ୟନ ୧୦ କି.ମି.ଦୂରରେ କରାଯାଇଥିଲା । ଉଦ୍ଘାଟନ ସ୍ଥଳରେ ଫଳକ ଲଗାଯାଇ ନଥିଲା । ଏକ ଅସ୍ଥାୟୀ ଫଳକ ଜରିଆରେ ମୁଖ୍ୟନ୍ତ୍ରୀ ସଭା ମଂଚ ନିକଟରେ ପୋଲକୁ ଲୋକାର୍ପଣ କରାଯାଇଥିଲା । ଫଳରେ ପୋଲ ନିକଟରେ ବିଭାଗୀୟ ଅଧିକାରୀଙ୍କ ପାଦ ପଡି ନଥିଲା । ପୋଲର ନିମ୍ନମାନର କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ କରାଯାଇଥିଲା । ଏହାକୁ ଜାଣିଶୁଣି କାର୍ଯ୍ୟ ତଦାରଖ ଦାଇତ୍ୱରେ ଥିବା ଅଧିକାରୀ ଅଣଦେଖା କରିଥିଲେ । ଠିକାଦାରକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲେ । ଏବେ ପୁଣି ମରାମତି କାର୍ଯ୍ୟକୁ ଅତି ଖାମଖିଆଲ ଭାବରେ କରାଯାଉଛି । ରବିବାର ଛୁଟି ଦିନରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଅଛନ୍ତି । ବିନା ଅଧିକାରୀଙ୍କ ଉପସ୍ଥିତିରେ ପୋଲ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ କରାଯାଉଛି । ତେବେ ଠିକାଦାର ପକ୍ଷରୁ କରାଯାଉ ଥିବା କାର୍ଯ୍ୟର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଦିଗରେ ତଦନ୍ତ କରାଯାଇ ଠିକାଦାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଫୋନ କରିବାରୁ ସେ ମୋବାଇଲ ଉଠାଇନଥିଲେ । ଫଳରେ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

Related Posts

About The Author

Add Comment