କଟକ ୭/୩ (ସନ୍ଧାନ ନିଉଜ/ଅନିତା ବେହେରା) – ସର୍ବଭାରତୀୟ ପୋଲିସ କ୍ରୀଡ଼ାରେ ଓଡିଶା ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରେ ଅନୁଷ୍ଠିତ ହୋଇଥିବା ୬୭ ତମ ସର୍ବଭାରତୀୟ ପୋଲିସ ଆକ୍ବଟିକା ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତାରେ ଓଡିଶା ପୋଲିସ ତରଫରୁ ପ୍ରତିନିଧିତ୍ବ କରିଥିବା କନେଷ୍ଟବଳ ଅଶୋକ କୁମାର ଦଣ୍ଡସେନା ଦ୍ଵିତୀୟ ସ୍ଥାନ ହାସଲ କରି ରୋପ୍ୟ ପଦକ ବିଜେତା ହୋଇଛନ୍ତି। ଶ୍ରୀ ଦଣ୍ଡସେନା ଅଷ୍ଟମ ସ୍ୱତନ୍ତ୍ର ଆଇ ଆର ବାଟାଲିୟନରେ କନେଷ୍ଟବଳ ଭାବେ କାର୍ଯ୍ୟରତ। ଶ୍ରୀ ଦଣ୍ଡସେନାଙ୍କ ଏହି ସଫଳତା ପାଇଁ ରାଜ୍ୟ ଆରକ୍ଷ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଯୋଗ୍ୟଯେ ସର୍ବଭାରତୀୟ ପୋଲିସର ଏହି ପ୍ରତିଯୋଗିତା ବିଶାଖାପାଟଣା ଠାରେ ମାର୍ଚ୍ଚ ୬ ତାରିଖ ଠାରୁ ଆରମ୍ଭ ହୋଇଛି ଓ ଆସନ୍ତା ୮ ତାରିଖରେ ଏହା ଉଦଯାପିତ ହେବ।
ସର୍ବଭାରତୀୟ ପୋଲିସ କ୍ରୀଡ଼ାରେ ଓଡିଶାକୁ ସଫଳତା
|
March 7, 2019 |
![](https://sandhannews.com/wp-content/uploads/2019/03/IMG-20190307-WA0097.jpg)