ଭାରତ ଓ ପାକିସ୍ତାନକୁ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ଭାବେ ଆମେ ମାନ୍ୟତା ଦେଇନାହୁଁ: ଚୀନ୍‌

Spread the love

ବେଜିଂ, ୧/୩(ସନ୍ଧାନ ନିଉଜ) : ଚୀନ୍‌ କେବେ ବି ଭାରତ ଓ ପାକିସ୍ତାନକୁ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ଭାବେ ମାନ୍ୟତା ଦେଇ ନାହିଁ କିମ୍ବା ଗ୍ରହଣ ମଧ୍ୟ କରୁନାହିଁ। ବେଜିଂ ଠାରେ ଆଜି (ଶୁକ୍ରବାର) ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି କହିଛନ୍ତି ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଲୁ କାଙ୍ଗ୍‌।

ଏଥିସହ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଲୁ କାଙ୍ଗ୍‌ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ମଧ୍ୟରେ ଭିଏତନାମ ଠାରେ ଚାଲିଥିବା ଦ୍ୱିତୀୟ ଶିଖର ଅସଫଳ ହେବା ପରେ ଉତ୍ତର କୋରିଆକୁ ମଧ୍ୟ ଆମେ ଏକ ପରମାଣୁ ଶକ୍ତି ରାଷ୍ଟ୍ରର ମାନ୍ୟତା ଦେବୁ ନାହିଁ।

ଚୀନ୍‌ କେବେ ବି ଭାରତ ଓ ପାକିସ୍ତାନକୁ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ଭାବେ ମାନ୍ୟତା ଦେଇ ନାହିଁ। ଏସଂପର୍କରେ ଚୀନ୍‌ର ପୂର୍ବରୁ ଯେଉଁ ଆଭିମୁଖ୍ୟ ରହିଥିଲା, ତାହା ଏବେ ବି ବଳବତ୍ତର ରହିଛି ଏବଂ ସେଥିରେ କୌଣସି ପ୍ରକାରର ପରିବର୍ତ୍ତନ ଘଟି ନାହିଁ ବୋଲି ସେ କହିଛନ୍ତି। ଉତ୍ତର କୋରିଆ ପରି ଭାରତ ଓ ପାକିସ୍ତାନକୁ ଏକ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ଭାବେ ଚୀନ୍‌ ଗ୍ରହଣ କରୁଛି କି ବୋଲି ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଲୁ କାଙ୍ଗ୍‌ ଏହି ବକ୍ତବ୍ୟ ଦେଇଛନ୍ତି।

Related Posts

About The Author

Add Comment