ପାକିସ୍ତାନ ଉପରେ ଇସ୍ରୋର ଆଖି, ଟିକିନିଖି ଖବର ସେନାକୁ ଦେଉଛି

Spread the love

ନୂଆଦିଲ୍ଲୀ, ୨୮/୨(ସନ୍ଧାନ ନିୟୁଜ) : ଭାରତର ଇଣ୍ଡିୟାନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ (ଇସ୍ରୋ) ଦେଶ ପାଇଁ ସମାରିକ ଦୃଷ୍ଟି କୋଣରୁ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ। ଇସ୍ରୋର ସେଟ୍‌ଲାଇଟ୍‌ ପାକିସ୍ତାନର ୮୭ ପ୍ରତିଶତ ପରିସର ଉପରେ ନଜର ରଖିବା ସହିତ ଏଚଡି କ୍ୱାଇଲିଟିର ମ୍ୟାପିଂ ବି କରୁଛି। ଯାହା ପାକିସ୍ତାନର ବାଲାକୋଟରେ ହୋଇଥିବା ସଜ୍ରିକାଲ ଷ୍ଟ୍ରାଇକ୍‌ ଭଳି ଅପରେସନ୍‌ ପାଇଁ ମହତ୍ତ୍ୱପୂର୍ଣ୍ଣ ରହିଥାଏ।

ଭାରତୀୟ ସେଟଲାଇଟ ପାକିସ୍ତାନର ପାଖାପାଖି ୮.୮ ଲକ୍ଷ ବର୍ଗ କିଲୋମିଟରର ଭୂଭାଗରୁ ୭.୭ ଲକ୍ଷ ବର୍ଗ କିଲୋମିଟର ପରିସର ଉପରେ ନଜର ରଖିବା ପାଇଁ ସକ୍ଷମ ରହିଛି। ଇସ୍ରୋ ଭାରତୀୟ କମାଣ୍ଡର୍ସଙ୍କୁ ୦.୬୫ ମିଟର ପର୍ଯ୍ୟନ୍ତ ଏଚଡି ଫଟୋ ଦେବା ସହିତ ଟିକିନିଖି ଖବର ବି ଦେଉଛି। କେବଳ ପାକିସ୍ତାନ ନୁହେଁ ଭାରତର ଏହି କ୍ଷମତା ଅନ୍ୟ ପଡୋଶୀ ଦେଶ ପାଇଁ ବି ରହିଛି। ଇସ୍ରୋ ସେଟଲାଇଟ୍‌ ୧୪ଟି ଦେଶର ପାଖାପାଖି ୫୫ଲକ୍ଷ ବର୍ଗ କିଲୋମିଟର ପରିସରର ମ୍ୟାପ୍‌ କରିପାରେ। କିନ୍ତୁ ଚୀନକୁ ନେଇ ଏଯାବତ୍‌ କୌଣସି ସୂଚନା ଉପଲବ୍ଧ ନାହିଁ।

Related Posts

About The Author

Add Comment