କୁଆଖିଆ : ଟ୍ରକ ପଛକୁ ପିଟଲା ବାଇକ୍, ୧ମୃତ, ୧ଗୁରୁତର

Spread the love

କୁଆଖିଆ, ୨୫/୨(ସନ୍ଧାନ ନିଉଜ/ ଜଗମୋହନ ରାଉତ) କୁଆଖିଆ ଥାନା ଅନ୍ତର୍ଗତ କୁଆଖିଆ-ଯାଜପୁର ରାସ୍ତାର ବରାଂଶ ଛକ ନିକଟରେ ଗତକାଲି ରାତି ପ୍ରାୟତଃ ୧୧ଟା ସମୟରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତୁ୍ୟ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ ଯୁବକର ଘର ରସୁଲପୁର ବ୍ଲକ ନରସିଂହପୁର ପଂଚାୟତର ଚିତ୍ତରଂଜନ ପାଣିଗ୍ରାହୀଙ୍କ ପୁଅ ଶବା ଓରଫ ଶିବପ୍ରସାଦ(୨୨) ବୋଲି ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ ଉକ୍ତ ଯୁବକ ଦୁଇଜଣ ଏକ ଭୋଜିରେ ଯୋଗଦେଇ ବାଇକ୍ରେ ଘରକୁ ଫେରୁଥିଲେ । ଦୁର୍ଘଟଣାସ୍ଥଳରେ ବାଇକ ଚାଳକ ଭାରସାମ୍ୟ ହରାଇ ଏକ ୧୦ ଚକିଆ ଟ୍ରକ୍ (ଓଆର – ୦୪ଏଫ୍-୧୬୬୮) ପଛପଟକୁ ଧକ୍କା ଦେଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଆହତ ଦୁଇଜଣଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ସେଠାରେ ବାଇକ୍ଦ ଚଲାକ ଶିବାର ମୃତୁ୍ୟ ହୋଇଥିଲା । ମାତ୍ର ବାଇକ୍ ପଛରେ ବସିଥିବା ଲୋକନାଥ ବାରିକ(୨୧)ର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ଶବକୁ ଜବତକରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ସଂପର୍କରେ ଥାନାରେ କେସ୍ ନଂ-୪୫/୧୯ରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକ୍ ଜବତ କରି ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment