ସହିଦ ମନୋଜ ବେହେରାଙ୍କ ସଂପର୍କୀୟଙ୍କୁ ତଂଟିଆ ମାରିବା ଘଟଣା: କ୍ଷମା ମାଗିଲେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ

Spread the love
କଟକ, ୨୦ /୨(ସନ୍ଧାନ ନିଉଜ) ସହିଦ ମନୋଜ ବେହେରାଙ୍କ ସଂପର୍କୀୟଙ୍କୁ ତଂଟିଆ ମାରିବା ଘଟଣା । ନିଃସର୍ତ୍ତ କ୍ଷମା ମାଗିଲେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ । ଏନେଇ ଦେବାଶିଷ କହିଛନ୍ତି ଯେ, ଅଜାଣତରେ ସହିଦଙ୍କ ସଂପର୍କୀୟଙ୍କୁ ଆଘାତ ଦେଇଥିବାରୁ କ୍ଷମା ପ୍ରାର୍ଥନା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ସହିଦଙ୍କ ଅନ୍ତିମ ସଂସ୍କାର ବେଳେ ସେଠାରେ କିଛି ଲୋକ ବିଶୃଙ୍ଖଳା କରୁଥିଲେ । ତେଣୁ ସେ ତାଙ୍କୁ ଟାଣି ଆଣି ବସେଇ ଦେଇଥିଲେ । ସେହି ବ୍ୟକ୍ତି ମନୋଜଙ୍କ ସଂପର୍କୀୟ ବୋଲି ଜାଣି ନଥିବା କହିଛନ୍ତି ଦେବାଶିଷ ସାମନ୍ତରାୟ ।
ସୂଚନା ମୁତାବକ ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ଓଡ଼ିଆ ଯବାନ ମନୋଜ ବେହେରାଙ୍କ ଶେଷକୃତ୍ୟ ଚାଲିଥିବା ସମୟରେ ତାଙ୍କ ଦାଦାଙ୍କୁ ତଂଟିଆ ମାରିବା ଦୃଶ୍ୟ ଆଲୋଡ଼ନ ସୃଷ୍ଟି କରିଥିଲା । ଯାହାକୁ ନେଇ ଦେବାଶିଷଙ୍କୁ ଚାରିଆଡୁ ସମାଲୋଚନା ହୋଇଥିଲା । ସହିଦଙ୍କ ପ୍ରତି ଅସମ୍ମାନ ବୋଲି କହି ଉଭୟ ବିରୋଧୀ ବିଜେଡିକୁ ଟାର୍ଗେଟ କରିଥିଲେ । ସେପଟେ ସହିଦ ମନୋଜଙ୍କ ଦାଦା ସେଦିନ ଘଟିଥିବା ଘଟଣା ବାବଦରେ କହିଛନ୍ତି । ବିଧାୟକ କିପରି ଉପାୟରେ ତାଙ୍କୁ ବସିବା ପାଇଁ କହିଥିଲେ ସେ କଥା ବି କହିଛନ୍ତି ।
ନିଆଳି ରତନପୁରରେ ସହିଦଙ୍କ ଶେଷକୃତ୍ୟ ଚାଲିଥିବା ବେଳେ ମନୋଜଙ୍କ ଦାଦାଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ଧକା ମାରି ବସିବା ପାଇଁ କହୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଏହାପରେ ରାଜ୍ୟବ୍ୟାପୀ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଶେଷରେ ସବୁଆଡେ ସମାଲୋଚନା କରାଯିବା ପରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି ଦେବାଶିଷ ।

Related Posts

About The Author

Add Comment