ନୂଆଦିଲ୍ଲୀ ୨୮-୧ (ସନ୍ଧାନ ନିୟୁଜ): ଅନୁଭବୀ ବ୍ୟାଟ୍ସମ୍ୟାନ୍ ରସ ଟେଲରଙ୍କର ସଂଘର୍ଷମୟ ୯୩ ରନର ଇନିଙ୍ଗସ୍ ସହିତ ନ୍ୟୁଜିଲ୍ୟାଣ୍ଡର ଟିମ୍ ୨୪୩ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ତୃତୀୟ ୱାନ୍-ଡ଼େରେ ଭାରତକୁ ବିଜୟଲାଭ କରିବା ପାଇଁ ୨୪୪ ରନ ଲକ୍ଷ୍ୟ ଦେଇଛି ନ୍ୟୁଜିଲ୍ୟାଣ୍ଡ ଟିମ୍। ଭାରତୀୟ ବୋଲରମାନେ ପୁଣିଥରେ ଭଲ ପ୍ରଦର୍ଶନ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ଟିମ ପୂରା ୫୦ ଓଭର ମଧ୍ୟ ନୁହେଁ ଖେଳିପାରିନାହାଁନ୍ତି। ୪୯ ଓଭରରେ ହିଁ ୨୪୩ ରନ କରି ଅଲଆଉଟ ହୋଇଯାଇଛି ନ୍ୟୁଜିଲ୍ୟାଣ୍ଡ ଟିମ୍।
ରସ ଟେଲରଙ୍କ ବ୍ୟତୀତ ଟମ ଲୈଥମ ୫୧ ରନର ଇନିଙ୍ଗ୍ସ ଖେଲିପାରିଥିଲେ। ଦୁଇଜଣଜଣଙ୍କୁ ଛାଡ଼ିକର କୌଣସି ମଧ୍ୟ ବ୍ୟାଟ୍ସମ୍ୟାନ୍ କ୍ରୀଜ ଉପରେ ରହିପାରିନଥିଲେ। ଭାରତ ତରଫରୁ ଫାଷ୍ଟ ବୋଲର୍ ମହମ୍ମଦ ଶମୀଙ୍କୁ ତିନି ୱିକେଟ, ହାର୍ଦିକ ପାଣ୍ଡ୍ୟାଙ୍କୁ ଦୁଇ ୱିକେଟ ମିଳିଛି ଏବଂ ଯୁଜଭେନ୍ଦ୍ର ଚହଲ ମଧ୍ୟ ଦୁଇଟି ୱିକେଟ ଚଟକାଇଛନ୍ତି। ଭୁବନେଶ୍ଵର କୁମାରଙ୍କର ଖାତାରେ ମଧ୍ୟ ଗୋଟିଏ ୱିକେଟ ଆସିଛି।
ସିରିଜ୍ ଡିସାଇଡର ଏହି ମ୍ୟାଚ୍ କୁ ଯଦି ଟିମ ଇଣ୍ଡିଆ ଜୀତିବାରେ ସକ୍ଷମ ହୋଇଯାଏ ତେବେ ପାଞ୍ଚଟି ମ୍ୟାଚ୍ ର ସିରିଜ୍ ୩-୦ରେ ବିଜୟଲାଭ କରି ଆଗୁଆ ରହିବ।
ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ବିଲିୟମସନ ସୋମବାରଦିନ ଟିମ ଇଣ୍ଡିଆ ବିରୁଦ୍ଧରେ ତୃତୀୟ ୱାନ୍-ଡ଼େରେ ଟସ ଜୀତିକରି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି କରିଥିଲେ।
ନ୍ୟୁଜିଲ୍ୟାଣ୍ଡର ଟିମ ଏହି ମ୍ୟାଚ୍ ରେ ଦୁଇଜଣ ସ୍ପିନର୍ସଙ୍କ ସହିତ ମଇଦାନକୁ ଓହ୍ଲାଇଛି। କିୱି ଟିମ କଲିନ ଡୀ ଗ୍ରୈଂଡହୋମଙ୍କ ଜାଗାରେ ମିଚେଲ ସୈଣ୍ଟନରଙ୍କୁ ସାମିଲ କରିଛି।
ଟିମ ଇଣ୍ଡିଆ ମଧ୍ୟ ଦୁଇ ମୁଖ୍ୟ ପରିବର୍ତ୍ତନ କରାଯାଇଛି। ଏମଏସ ଧୋନୀଙ୍କର ହେମସ୍ଟ୍ରିଙ୍ଗରେ ଯନ୍ତ୍ରଣା କାରଣରୁ ସେ ମ୍ୟାଚ୍ ଖେଳୁ ନାହାଁନ୍ତି। ତାଙ୍କ ଜାଗାରେ ଦିନେଶ କାର୍ତ୍ତିକଙ୍କୁ ସାମିଲ କରାଯାଇଛି। ତା’ ବ୍ୟତୀତ ବିଜୟ ଶଙ୍କରଙ୍କ ଜାଗାରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଟିମରେ ସ୍ଥାନ ମିଳିଛି।
ଟିମ୍
ଟିମ ଇଣ୍ଡିଆ – ଶିଖର ଧୱନ, ରୋହିତ ଶର୍ମା, ବିରାଟ କୋହଲୀ, ଅଂବାତୀ ରାୟୁଡ଼ୁ, ଦିନେଶ କାର୍ତ୍ତିକ, କେଦାର ଜାଧବ, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଯୁଜଭେନ୍ଦ୍ର ଚହଲ, ଭୁବନେଶ୍ଵର କୁମାର ଏବଂ ମୋହମ୍ମଦ ଶମୀ।
ନ୍ୟୁଜିଲ୍ୟାଣ୍ଡ – ମାର୍ଟିନ ଗପ୍ଟିଲ, କଲିନ ମୁନରୋ, କେନ ୱିଲିୟମସନ, ରସ ଟେଲର, ଟମ ଲୈଥମ, ହେନରୀ ନିକୋଲ୍ସ, ମିଚେଲ ସୈଂଟନର, ଇଶ ସୋଢ଼ୀ, ଲୋକୀ ଫର୍ଗ୍ୟୁସନ, ଡଗ ବ୍ରେସବେଲ ଏବଂ ଟ୍ରେଂଟ ବୋଲ୍ଟ।