ଯାଜପୁର, ୩/୧ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ନିୟୁ ଲାଇଫ ୟୁଥ କ୍ଲବ ପକ୍ଷରୁ ମା ମୋତେଇ ପଡିଆରେ ଚାଲିଥିବା ସୁନ୍ଦରିଆ ପ୍ରିମିୟର ଲିଗ୍ର ୨ୟ ଦିବସରେ ବମ୍ପୁ ଏବଂ ଆରୁହା ବିଜୟ ଲାଭ କରିଛନ୍ତି । ପ୍ରଥମ ମ୍ୟାଚରେ ବମ୍ପୁ ଏବଂ କଂଟିଗଡିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଟଚ ଜିତି ବମ୍ପୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୯ୱକେଟ ହରଇ ୧୨୪ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ରଂଜିତ ଓଝା ୨୫ବଲରେ ୫୦ରନ୍ ଏବଂ ରାଜେଶ ଧଳ ୬ବଲରେ ୧୬ରନ୍ ସଂଗ୍ରହ କରିଥିଲେ । ବପକ୍ଷ ଦଳର ବୋଲର ଅଜିତ ନାୟକ ୩ଓଭରରେ ୨୦ରନ୍ ଦେଇ ୩ଟି ୱକେଟ ଏବଂ ଦିପକ ନାୟକ ୩ଓଭରରେ ୧୬ରନ୍ ଦେଇ ୨ଟି ୱକେଟ୍ ଅକ୍ତିଆର କରିଥିଲେ । ଜବାବରେ କଂଟିଗଡିଆ ୯.୪ଓଭରରେ ସମସ୍ତ ୱକେଟ ହରାଇ ୮୧ରନ୍ କରି ପରାଜୟ ବରଣ କରିଥିଲା । ଦଳପକ୍ଷରୁ ସ୍ୱଗତ ନାୟକ ୯ବଲରେ ୨୭ରନ୍ ଏବଂ ଶେଷଦେବ ସ୍ୱାଇଁ ୧୪ବଲରେ ୧୯ରନ୍ ସଂଗ୍ରହ କରିିଥିଲେ । ବିପକ୍ଷ ଦଳର ବୋଲର ଶକ୍ତିପ୍ରସାଦ ଧିର ୩ ଓଭରରେ ୧୩ରନ୍ ନେଇ ୫ଟି ୱକେଟ ଏବଂ ସାଗର ନାୟକ ୨ଓଭରରେ ୨୧ରନ୍ ଦେଇ ୨ଟି ୱକେଟ ଅକ୍ତିଆର କରିଥିଲେ । ୨ୟ ପ୍ରର୍ଯ୍ୟୟ ମ୍ୟାଚ ବିଞ୍ଜାରପୁର ଏବଂ ଆରୁହା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆରୁହା ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୬ୱକେଟ ହରାଇ ୧୬୨ ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ଆଶୁତୋଷ ସାମଲ ୩୩ବଲରେ ୭୪ରନ୍ ଏବଂ ଲାଲୁ ସାମଲ ୩୦ବଲରେ ୪୯ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ବିଶ୍ୱଜିତ ରାଉତ ୩ଓଭରରେ ୩୮ରନ ଦେଇ ୩ଟି ୱକେଟ ଏବଂ ଶିବ ପ୍ରସାଦ ୩ଓଭରରେ ୨୭ରନ୍ ଦେଇ ୨ଟି ୱକେଟ ଅକ୍ତିଆର କରିଥିଲେ । ଏହାର ଜବବାରେ ବିଞ୍ଜାରପୁର ଦଳ ବ୍ୟାଂଟି ଆରମ୍ଭ କରି ଶିବ ପ୍ରସାଦଙ୍କ ୩୬ବଲରେ ୪୭ରନ୍ ଏବଂ ଚିଂଟୁଙ୍କ ୧୪ବଲରେ ୪୦ରନ୍ ସହାୟତାରେ ୧୫ଓଭର ସୁଧା ୧୬୧ରନ୍ କରିପାରି ପରାଜୟ ବରଣ କରିଥିଲେ । ବିପକ୍ଷ ଦଳର ବୋଲର ମନୋଜ ସାମଲ ୩ଓଭରରେ ୩୦ରନ୍ ଦେଇ ୩ଟି ୱକେଟ ଏବଂ ବିକି ରାଉତ ୩ଓଭରରେ ୩୫ ରନ୍ ଦେଇ ୨ଟି ୱକେଟ ଅକ୍ତିଆର କରିଥିଲେ । ଆଜିର ଖେଳକୁ ସତ୍ୟବତ୍ର ଜେନା, ତରଣୀସେନ୍ ସାମଲ, ଶ୍ରୀକାନ୍ତ ଦାସ, ମୃତୁଞ୍ଜୟ ବରାଳ ପରିଚାଳନ କରିଥିବା ବେଳେ ରଂଜନ ଜେନା, ପ୍ରଶାନ୍ତ ସ୍ୱାଇଁ, ସଂଜୟ ଦାସ, ସୁନିଲ ନାୟକ , ପ୍ରଶାନ୍ତ ଖିଲାର, ଜଂଟି ପ୍ରମୁଖ ସହଯୋଗ କରିଥିଲେ ।
Report- Manas Rout Jajpur