ହରିଦାସପୁରର ବିଶିଷ୍ଠ ପାଲା ଗାୟକ ସମ୍ବର୍ଦ୍ଧିତ

Spread the love

ଧର୍ମଶାଳା , ୨୮/୧୨ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଂଚାୟତରେ ଏହି ଅଂଚଳର ବିଶିଷ୍ଠ ପାଲା ଗାୟକ ପଣ୍ଡିତ ସଦାଶିବ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟ ସରକାରଙ୍କ ପୀଠା ଯୋଜନା କାର୍ଯ୍ୟକ୍ରମ ଅବସରରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ,ବିଡିଓ ଅମ୍ବିକା ପ୍ରସାଦ ଦାଶ, ହରିଦାସପୁର ସରପଂଚ ମଧୁସ୍ମିତା ଭଦ୍ର ଉପସ୍ଥିତ ରହି ଶ୍ରୀ ଶତପଥୀଙ୍କୁ ଉପଢ଼ୈକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେ ଜଣେ ସୁନାମ ପାଲାଗାୟକ ଭାବେ ଯାଜପୁର ଜିଲ୍ଲାରେ ବେଶ ପ୍ରସିଦ୍ଧ ଲାଭ କରିବା ସହିତ ଏହି ଅଂଚଳରେ ବେଶ ପରିଚିତ ହୋଇପାରିଛନ୍ତି । ପୂର୍ବରୁ ମଧ୍ୟ ରାଜ୍ୟକଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା ପକ୍ଷରୁ ଉକôଳ ସନ୍ତାନ ପଦକ ଲାଭ କରିଛନ୍ତି । ତାଙ୍କର ଏଭଳି କୃତିତ୍ୱ ପାଇଁ ବହୁ ଶୁଭେଚ୍ଛୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Posts

About The Author

Add Comment