ଯାତ୍ରା ଆରମ୍ଭ କରିବା ପୂର୍ବରୁ ବିମାନରେ ଧୂଆଁ, ଯାତ୍ରୀଙ୍କ ମଧ୍ୟରେ ଖେଳି ଗଲା କୋକୁଆ ଭୟ

Spread the love

ବେଙ୍ଗାଲୁରୁ, ୨୭/୧୨ (ସନ୍ଧାନ ନିୟୁଜ) : ବେଙ୍ଗାଲୁରୁରୁ ମଙ୍ଗୋଲୋର୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଥିବା ଜେଟ ଏୟାରେଓ୍ଵଜ ବିମାନ ୯ଡବ୍ଲୁ, ୭୧୩ରେ ଧୂଆଁ ବାହାରିବା ହେତୁ ଉଡାଣକୁ ଆକସ୍ମିକ ଭାବେ ଅଟକାଇ ଦିଆଯାଇଥିଲା। କେମ୍ପେଗୋଓ୍ଵଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିମାନର ଯାଞ୍ଚ ଚାଲିଛି।

ସୂଚନାଯୋଗ୍ୟ, ବିମାନଟି ଉଡାଣ ଭରିବା ପୂର୍ବରୁ ବିମାନରୁ ଧୂଆଁ ବାହାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଯାତ୍ରୀଙ୍କୁ ସଙ୍ଗେସଙ୍ଗେ ବିମାନରୁ ତଳକୁ ଓହ୍ଲାଇବା ପାଇଁ କୁହାଯାଇଥିଲା। ଏହାପରେ ବିମାନଟି ଉଡାଣକୁ ଅଟକାଇ ଦିଆଯାଇଥିଲା। ବିମାନ ଉଡିବାରେ ବିଳମ୍ବ ହେବା ହେତୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ଜେଟ ଏୟାରେଓ୍ଵଜ୍‌ ଏହି ଘଟଣାକୁ ନେଇ ସଫେଇ ଦେଇ କହିଛି କି, ବେଙ୍ଗାଲୁରୁରୁ ମଙ୍ଗୋଲୋର୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ସମୟରେ ଉଡି ପାରି ନଥିଲା। ଉଡିବା ପୂର୍ବରୁ ସେ ପାର୍କିଂରେ ହିଁ ଛିଡା ହୋଇଥିଲା। ଯାତ୍ରୀଙ୍କ ଅସୁବିଧାକୁ ଦେଖି କମ୍ପାନି ତୁରନ୍ତ ବିକଳ୍ପ ବିମାନର ବ୍ୟବସ୍ଥା କରିଥିଲା। ଯେଉଁଥିରେ ୭୧ଜଣ ଯାତ୍ରୀଙ୍କୁ ବସା ଯାଇଥିଲା। ଯାତ୍ରୀଙ୍କ ଏହି ଅସୁବିଧା ପାଇଁ ଜେଟ ଏୟାରେଓ୍ଵଜ୍‌ ପକ୍ଷରୁ ଦୁଃଖ ପ୍ରକାଶ ମଧ୍ୟ କରାଯାଇଛି।

Related Posts

About The Author

Add Comment