ଭଦ୍ରକ ରେ ବିଜେପି ବିରୋଧ କଲା ବିଜେପିକୁ

Spread the love

 ଭଦ୍ରକ  ୨/୧୧/୨୬ (ସନ୍ଧାନ ନ୍ୟୁଜ) ଭଦ୍ରକ ବିଧାନସଭା କ୍ଷେତ୍ର ରେ ବିଜେପି ବିରୋଧ କରୁଛି ବିଜେପି କୁ , ଏ କଥା ଆମେ କହୁ ନାହୁଁ, ଏ କଥା ର ସତ୍ୟତା ଆଜି ଭଦ୍ରକ ବ୍ଲକ ପରିସର ରେ ଘଟିଥିବା ଘଟଣା ରୁ ସ୍ପଷ୍ଟ ଜଣା ପଡ଼ିଛି। ସୂତ୍ର କୁ ଆଧାର କରି ଆମେ ଆପଣ ମାନଙ୍କୁ ଜଣାଇ ଦେବାକୁ ଉଚିତ୍ ମନେ କଲୁ। ହଠାତ୍ ଆଜି ଦିନ ଦଶ ଟା ବେଳେ ଶହ ଶହ ବିଜେପି କର୍ମୀ ଭଦ୍ରକ ବ୍ଲକ ପରିସର ରେ ପହଞ୍ଚି ବ୍ଲକ ଅଧ୍ୟକ୍ଷା ନାରୀନେତ୍ରୀ ଶ୍ରୀମତୀ ଉର୍ମିଳା ନାୟକ ଙ୍କ ଅଫିସ ରେ ତାଲା ପକାଇ ଦେଇଥିଲେ। ଉର୍ମିଳା ନାୟକ ଇସ୍ତଫା ଦିଅ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ, ଭାରତ ମାତା କି ଜୟ ସ୍ଲୋଗାନ ରେ ବ୍ଲକ ପରିସର ପ୍ରକମ୍ପିତ ହୋଇ ଯାଇଥିଲା। ଘଟଣା ରୁ ପ୍ରକାଶ ଯେ ବ୍ଲକ ଅଧ୍ୟକ୍ଷା ନାରୀନେତ୍ରୀ ଶ୍ରୀମତୀ ଉର୍ମିଳା ନାୟକ ବିଜୁ ଜନତା ଦଳର ସମର୍ଥନ ରେ ବ୍ଲକ ଅଧକ୍ଷା ପଦ ପାଇଥିଲେ। ୨୦୨୪ନିର୍ବାଚନ ରେ ବିଜୁ ଜନତା ଦଳର ପରାଜୟ ପରେ ଶ୍ରୀମତୀ ନାୟକ ବିଜେପି ରେ ଯୋଗ ଦେଇଥିଲେ। ବଡ ଦୁଃଖ ର ସହିତ ଏ କଥା କହିବାକୁ ଆମେ ବାଧ୍ୟ ହେଲୁ । ଉର୍ମିଳା ନାୟକ ତାଙ୍କ ଘର କୁ ବିଜେପି କର୍ମୀ ଙ୍କୁ ଛାଡ଼ୁ ନାହାଁନ୍ତି। ତାଙ୍କ ସ୍ଵାମୀ କହୁଛନ୍ତି ମୋ ଘରୁ ବାହାରି ଯାଓ। ଏ କଥା ବିଜେପି କିନର ନେତ୍ରୀ ଶ୍ରାବଣୀ ଏକ ଭିଡ଼ିଓ ବାର୍ତ୍ତା ରେ ପ୍ରକାସ କରିଛନ୍ତି। ଯଦି ଏ ସମସ୍ୟା ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଏହା ବିଜେପି ପାଇଁ ବୁମେରାଙ୍ଗ ସଦୃଶ ହେବ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment