ଶୌଚ ପାଇଁ ଯାଇଥିବାବେଳେ ଵିଲରେ ଥିବା ଗାଡ଼ିଆରେ ପଡି ଯୁବକର ମୃତ୍ୟୁ , ଘଟଣା ତଦନ୍ତ ଘେରରେ

Spread the love

ସୁନ୍ଦରଗଡ ତା:୨୫/୧୦/୨୦୨୬(ସନ୍ଧାନ ନ୍ୟୁଜ ) କିଞ୍ଜିରକେଲା ଥାନା ଅନ୍ତର୍ଗତ କୁକୁରିଡ଼ିହି ଗ୍ରାମର ମୁଣ୍ଡାପଡ଼ାର ଶ୍ରୀକାନ୍ତ ଏଡ଼ଗୁ (୪୧) ବିଲ ଭିତରେ ଥିବା ଗାଡ଼ିଆ ପାଣିରେ ପଡ଼ି ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଶ୍ରୀକାନ୍ତ ଭୋର ପ୍ରାୟ ୫ଟା ସମୟରେ ଶୌଚ ପାଇଁ ବିଲ ଆଡ଼କୁ ଯାଇଥିଲେ। ଏହି ସମୟରେ ଅସାବଧାନତାବଶତଃ ବିଲ ଭିତରେ ଥିବା ଗାଡ଼ିଆ ପାଣିରେ ପଡ଼ିଯାଇଥିଲେ। ସେ ଘରକୁ ଫେରି ନଥିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ସକାଳ ପ୍ରାୟ ୮ଟା ସମୟରେ ବିଲର ମାଲିକ ଗାଡ଼ିଆରେ ଶ୍ରୀକାନ୍ତ ପଡ଼ିଥିବା ଦେଖି ପରିବାରଲୋକଙ୍କୁ ସୁଚନା ଦେଇଥିଲେ। ଏନେଇ ପରିବାରଲୋକ କିଞ୍ଜିରକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଆରୁ ଶ୍ରୀକାନ୍ତଙ୍କ ମୃତଦେହ ଉଦ୍ଧାର କରିବା  ପରେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇ ଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ସୁତ୍ରରୁ ପ୍ରକାଶ ।

Related Posts

About The Author

Add Comment