ଯାଜପୁର, : ୨୪/୧୦/୨୬ (ସନ୍ଧାନ ନ୍ୟୁଜ) ପବିତ୍ର ଶାରଦୀୟ ଦୁର୍ଗାପୂଜା ତଥା ବିଜୟା ଦଶମୀ ଉପଲକ୍ଷେ ସମସ୍ତ ଗଣମାଧ୍ୟମ ଓ ଖବରକାଗଜ ପରିବାର ସମେତ ସର୍ବସାଧାରଣ ଜନସାଧାରଣଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ‘ ସନ୍ଧାନ ‘ର ଯାଜପୁର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଗୋପୀନାଥ ଦାଶ। ଏହି ଶୁଭ ଅବସରରେ ସେ ନିଜ ବାର୍ତ୍ତାରେ କହିଛନ୍ତି ଯେ, ମା’ ଜଗତଜନନୀ ଦୁର୍ଗାଙ୍କ ଆଶୀର୍ବାଦରୁ ସମାଜରୁ ସମସ୍ତ ଅପଶକ୍ତିର ବିନାଶ ହେଉ ଏବଂ ସବୁଠି ଶାନ୍ତି ଓ ମୈତ୍ରୀର ବାତାବରଣ ସୃଷ୍ଟି ହେଉ। ଗଣମାଧ୍ୟମ ଜଗତ ସମାଜ ଗଠନରେ ସଦାସର୍ବଦା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ତେଣୁ ଏହି ପବିତ୍ର ପାର୍ବଣ ଖବରକାଗଜ ପରିବାରର ସମସ୍ତ କର୍ମକର୍ତ୍ତା, ସାମ୍ବାଦିକ ବନ୍ଧୁ ଏବଂ ପାଠକମାନଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ପ୍ରଗତି ଆଣିଦେଉ ବୋଲି ସେ ମା’ଙ୍କ ଚରଣରେ ପ୍ରାର୍ଥନା କରିଛନ୍ତି। ସମସ୍ତଙ୍କ ସହଯୋଗ ଓ ସମ୍ପର୍କ ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ ବୋଲି ଯାଜପୁର ସନ୍ଧାନ ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଗୋପୀନାଥ ଦାଶ ଆଶା ପ୍ରକଟ କରିଛନ୍ତି।
ଖବରକାଗଜ ପରିବାର ଓ ଜନସାଧାରଣଙ୍କୁ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ସନ୍ଧାନ ଯାଜପୁର ଜିଲ୍ଲା ପ୍ରତିନିଧି ଗୋପୀନାଥ ଦାଶ
|
October 24, 2026 |



